STORYMIRROR

Hitesh Mohapatra

Abstract Tragedy Classics

4  

Hitesh Mohapatra

Abstract Tragedy Classics

ପୁଅ

ପୁଅ

1 min
26

ଗୋଟେ ପୁଅ ର ଜୀବନ

ଦେଖିବାକୁ ଯେତେ ସହଜ ଲାଗେ

ଠିକ୍ ତାର ଓଲୋଟା ସେ ବଞ୍ଚି ଥାଏ

ତା ଜନ୍ମ ବେଳେ ଯେତେ ଲୋକେ ଖୁସି ହେଇଥାନ୍ତି

ତାର କେତେ ଗୁଣ ଦୁଃଖ, ସେ ତା ଜୀବନେ ଭୋଗି ଥାଏ

୧୦ ରୁ ୨୧ ଯାଏଁ ଖାଲି ଗାଳି ଶୁଣି ଶୁଣି କଟିଲା ବେଳକୁ

୨୨ ରୁ ୩୦ ଚାକିରି ପଛରେ ଗୋଡାଇ ବାକୁ ପଡ଼ିଥାଏ

୩୧ ରେ ଥରେ ବିବାହ ହେଇଗଲା ପରେ

ତାକୁ ସ୍ବାମୀ ଆଉ ପୁଅ ନାରେ, ଦୁଇ ଭାଗ କରି ଦିଆଯାଏ

ସବୁ କଥାରେ ତାକୁ ହିଁ ଖୋଜା ପଡିଲା ବେଳେ

ସବୁ କଥା ପାଇଁ ତାକୁ ହିଁ ଦାୟୀ କରି ଦିଆଯାଏ

ପୁଅ ଜୀବନ ଏତେ ସହଜ ହେଇ ନଥାଏ

ବେଳେ ବେଳେ ଲାଗେ ପୁଅ ନୁହେଁ ତ ଏକ ହଡା ବଳଦ

ଜନ୍ମ ହିଁ ତାର ଖଟିବା ପାଇଁ

ଆଉ ଅନ୍ୟର ଇଚ୍ଛା ପୂର୍ଣ୍ଣ କରିବା ପାଇଁ

କେବେ କେହି ଚେଷ୍ଟା କରି ନାହାନ୍ତି

ଏହି ହଜି ଯାଉଥିବା ପୁଅ ଜାତି ପାଇଁ

ଯେମିତିକି ସମାଜ ମାନି ନେଇଛି,

ପୁଅ ମାନେ, ଏକ ବଳଦ,ଜାହା ଖାଲି ଦାଇତ୍ୱ ବହନ ପାଇଁ

ହଜି ଯାଉ ପଛେ ସିଏ, ଆଉ ହେଇଯାଉ ନିଜଠୁ ଦୂର

ଖାଲି କହିବା ପାଇଁ ଆମ ପୁଅ ସବୁଥିରେ ଧୁରନ୍ଦର୍

ପାଖରେ ନଥିଲେ ଟଙ୍କା ଟିଏ, ପାଖକୁ ଅସନ୍ତିନି କେହି

ପାଖରେ ଥିଲେ ସବୁ, କହି ବୁଲନ୍ତି ଆମ ପୁଅ ଭଳି କେହି ନାହିଁ

କେବେ ବାପା ମାର ସ୍ବପ୍ନ ର ବୋଝ

ସ୍ତ୍ରୀ ଛୁଆ ଙ୍କ ଦାୟିତ୍ଵ ର ବୋଝ

ବୋଝ ହିଁ ବୋହିବା ପାଇଁ, ସୃଷ୍ଟି ଏ ଜାତିଟିର

ସବୁ କ୍ଷେତ୍ର ରେ, ହୁଏ ତାହା ସହ ପକ୍ଷପାତ

କେବେ କଚେରି ରେ ତ କେବେ ଘରେ

କେବେ ରାସ୍ତା ଉପରେ ତା କେବେ ଗାଡି ଭିତରେ

ତଥାପି ସେ ସବୁ ସହି ହସୁଥାଏ

ବଞ୍ଚିବାକୁ ଚେଷ୍ଟା କରୁଥାଏ ହଉ ପଛେ ମିଛରେ

ଜୀବନ ଜଞ୍ଜାଳ ର ଦୌଡ଼ରେ

ଜଣା ହିଁ ପଡେନି, ଆସିଯାଏ କେବେ ପୌଢ଼

ତଥାପି ଲୋକେ ଖୁସି ନ ହୋଇ କୁହନ୍ତି

ଆଉ ଟିକେ ଦୌଡ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract