ମୁଁ ସ୍ବପ୍ନ ଦେଖେ
ମୁଁ ସ୍ବପ୍ନ ଦେଖେ
ମୁଁ ସ୍ୱପ୍ନ ଦେଖେ ରାତ୍ରର ଅନ୍ଧକାରରେ
ତାକୁ ବାସ୍ତବରୁପ ଦେବାକୁ ଚେଷ୍ଟାକରେ
ସକାଳର ସୁର୍ଯ୍ୟଦୟରେ ।
ମଧ୍ୟାହ୍ନର ପ୍ରଚଣ୍ଡ ଖରାରେ
ସ୍ୱପ୍ନକୁ ଜଳିବାର ଦେଖେ
ସନ୍ଧ୍ୟାର ସୁର୍ଯ୍ୟାସ୍ତରେ l
ବାସ୍ତବତାର କରାଘାତରେ
ରାତ୍ରର ସ୍ୱପ୍ନ ରହିଯାଏ ଅନେକ ଦୁରରେ ।
ମୁଁ ହାରିଯାଏ , ବାସ୍ତବତା ନିକଟରେ
ସ୍ୱପ୍ନ ନ ଦେଖିବାର ନିଷ୍ପତି ନିଏ
ମାତ୍ର ରାତ୍ରର ଅନ୍ଧକାରରେ
ମୁଁ ପୁଣି ହାରିଯାଏ, ମୋ ନିକଟରେ ।
ମୁଁ ପୁଣି ସ୍ୱପ୍ନ ଦେଖେ ନୁତନ ଭବିଷ୍ୟତର
ତାକୁ ବାସ୍ତବରୁପ ଦେବାକୁ ଚେଷ୍ଟାକରେ
ଆଉ ଅପେକ୍ଷା କରିଥାଏ
ନୁତନ ସୁର୍ଯ୍ୟଦୟର । ୪