Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hitesh Mohapatra

Abstract Tragedy Action

4.0  

Hitesh Mohapatra

Abstract Tragedy Action

ଗରମ

ଗରମ

1 min
196


ସବୁ କାଟି ପଳାଇଲେ 

ପୋତି ଦେଲେ ,ସବୁ ନଈ ନାଳ 

ହୋଇଯାଇଛି ,ଚାରିଆଡ ସମତଳ 

ଆଉ ବୋହିଯାଉଛି ଦେହର ପ୍ରତି କୋଣରୁ ଝାଳ । 

ଅଦିନିଆ ପାଗ ସାଜିଛି 

ଜୀବନ ଜାତି ପାଇଁ ବଡ ସମସ୍ୟା 

ହେଲେ , ଆମେ ମାତିଛେ ପଚାରିବାରେ 

ବର୍ଗ ଫୁଟକୁ କେତେ ପଇସା। 

ଗଛ ପତ୍ର ସବୁ ଲୁପ୍ତ ହେଇଗଲାଣି

କଂକ୍ରିଟର ଜଙ୍ଗଲ ଭିତରେ

ଛାଇ ଟିକକ ପାଇଁ , ଖୋଜିବାକୁ ପଡୁଛି

ଆ-ତା ଦାଣ୍ଡରେ । 

ଏତେ ପାଠ ପଢି, ପାଇଲୁ କଣ

ଖଣ୍ଡେ କାଗଜ ଆଉ ଅନେକ ମାନସିକ ବିକୃତି

ଅପାଠୁଆ ଲୋକ, ବନେ ଗଛେ ଲଗାଇ

ବଞ୍ଚେଇ ରଖିଛି ପ୍ରକୃତି । 

ଆସିବ ଦିନ ନିହାତି ଦିନେ

ମିଳିବନି ଟୋପେ ପାଣି

ବାକିଥିବା ଯେ ଏ ଅମଣିଷ ସମାଜ

ଶୁଣି ଶୁଣେଇବାକୁ କାହାଣୀ । 


Rate this content
Log in

Similar oriya poem from Abstract