ଧୀରେ ଧୀରେ
ଧୀରେ ଧୀରେ
ଜୀବନ ର ଦୃତ ଗତିରେ
ଅନେକ କିଛି ଆସିଛି ଧୀରେ ଧୀରେ
ପିଲାବେଳେ ଖେଳିବା ପାଇଁ ଦରକାର ଥାଏ ଜୋତା
ମିଳିଲା, ମାତ୍ର ଜେବେ ଖେଳିବା ପାଇଁ ଆଉ ସମୟ ନଥିଲା ।
ଯୁବା ଅବସ୍ଥାରେ ଖୋଜି ଥିଲି ଏକ ଗାଡି
ବୁଲିବା ପାଇଁ ନଇ, ନାଳ ଆଉ ପାହାଡ଼ ନଗରୀ
ମିଳିଲା , ମାତ୍ର ଜେବେ ଅଫିସ ଛଡା ଆଉ କିଛି ରାସ୍ତା ମନେ ନଥିଲା ।
ଖୋଜି ଥିଲି କିଛି ପକେଟ ଖର୍ଚ୍ଚ
ଖାଇବା ଆଉ ଖୁଆଇବା, ସାଙ୍ଗ ସାଥି ଆଉ ପ୍ରେମିକା ପାଇଁ
ମିଳିଲା, ଜେବେ ନା ଆଉ ସାଙ୍ଗ ଥିଲେ ନା ପ୍ରେମର ବୟଷ ।
ଖୋଜି ଥିଲି ଏକ, ଅଭାବ ନଥିବା ଛୋଟ ପରିବାର
ମିଳିଲା, ମାତ୍ର ସେତେବେଳକୁ ଆଉ ଭାଵ ନଥିଲା ।
ସବୁ କିଛି ମିଳିଛି
ଜେବେ ତାହା ଆଉ ସେତିକି ଦରକାର ନଥିଲା
ଧୀରେ ଧୀରେ
ଛାଡି ଦେଲିଣି ମୁଁ ଖୋଜିବା
ଆଉ ଶିଖି ଗଲିଣି ସମୟକୁ ଧରି, ଗ୍ରହଣ କରିବା ।
ବେଳେ ବେଳେ ଭାବେ, ମତେ ବଞ୍ଚେଇ ରଖିଛି
ଏହି ଧୀରେ ଧୀରେ ମିଳିବା
ନଚେତ, ସବୁ କିଛି ମିଳିଗଲେ
ଆଉ କାହାକୁ ନେଇଁ ସ୍ବପ୍ନ ଦେଖିବା ।