STORYMIRROR

Kabiratna Nutan Kumar Behera

Tragedy Inspirational

3  

Kabiratna Nutan Kumar Behera

Tragedy Inspirational

ଏଠି ସ୍ୱାଧୀନ ଅଛି କିଏ...?

ଏଠି ସ୍ୱାଧୀନ ଅଛି କିଏ...?

1 min
115

ଏଠି ସ୍ଵାଧୀନ ଅଛି କିଏ...?

ତୁମେ...ମୁଁ...ନା... ସେ...

ନା ଆଉ କିଏ... 

ଏ ସଂସାରଟା ତ ବାନ୍ଧି ରଖିଛି

ମୋତେ ତୁମକୁ ଆମ ସମସ୍ତଙ୍କୁ

ସ୍ୱାଧୀନତା ପାଇ... କିଏ ମୁକୁଳି ଯାଏ ?

ମନର ଇଚ୍ଛା ଆଶା ସବୁ ତ ଅଛି...

ମହାକାଳର ଅଧୀନ

ଯଦିଓ ଜନ୍ମିଛୁ ହୋଇ ସ୍ୱାଧୀନ 

ସବୁଠି ମାୟାର ବନ୍ଧନ 

ଧନ ସମ୍ପତ୍ତି ପ୍ରତିପତ୍ତି ପାଇଁ

ମୋହଗ୍ରସ୍ତ ହୁଏ କିଏ

କ୍ଷମତାର ଲିପ୍ସା କାମନାର ଅଭିପ୍ସା

ବୁଦ୍ଧି ବିବେକକୁ ବଶ କରି ନିଏ

ସଂଘର୍ଷରେ ରକ୍ତାକ୍ତ ହୁଏ ଜୀବନ।

ଏଠି ସ୍ଵାଧୀନ ଅଛି କିଏ...?

ପଞ୍ଜୁରୀର ଶାରୀ ପରି ଡେଣା ମେଲି

ଜୀବନ ପକ୍ଷୀ କରେ ଫଡ଼ଫଡ଼ 

ଯାଇ ପାରେନା ସେ ଇଚ୍ଛାରେ ଉଡ଼ି

ଆଶଙ୍କାର ନା ନା ସଂକଟ

ସନ୍ଦେହ ଅବିଶ୍ୱାସର

ମାଡ଼ି ଆସେ ଲଘୁଚାପ ଝଡ଼।

ସଂପର୍କର ସୂତା ଖିଅ ଯାଏ ଛିଡି

ଏକତାର ଛତ୍ରଭଙ୍ଗ ହୁଏ...

ହସେ କିଏ ଭାସେ କିଏ ଲୁହେ 

ସ୍ୱାର୍ଥର ନିଶାରେ ଉନ୍ମାଦ ହୋଇ

ଭୟଙ୍କର ବିଭତ୍ସ କାଣ୍ଡ ଘଟାଏ

ମଣିଷ ସ୍ୱେଚ୍ଛାଚାରୀ ଅତ୍ୟାଚାରୀ ହୁଏ।

ଏଠି ସ୍ୱାଧୀନ ଅଛି କିଏ...?

ଗରିବ ମରିବ ମରିବ...

ମରୁଛି ତ ଦୈନିକ ସାତ ଥର 

ଅନ୍ତର୍ଦାହର ହୁଏନା ଅନ୍ତ

ଆତ୍ମା ତାର କରି ଉଠେ ହାହାକାର।

ମନ କଥା ହୃଦୟର ବେଦନା

କିଏ ବା ବୁଝୁଛି କାହାର...

ନିଜର ନିଜର କହି ତ

ଏଠି ସମସ୍ତେ ଯିଏ ଯାହାର 

ଯନ୍ତ୍ରଣା ଖାଲି ଭୋଗିବାକୁ ହୁଏ

ହରାଏ ବେଶି ଯେତିକି ପାଏ

ଜିତିବାର ଜିଦ୍ ରେ ହାରେ ବାରବାର।

ସତ୍ୟ ଅହିଂସାକୁ ଆତ୍ମାରୁ ଭୁଲିଯାଏ

ପାପର ପଙ୍କେ ଘାଣ୍ଟି ହୁଏ

ଏଠି ସ୍ଵାଧୀନ ଅଛି କିଏ...?

କାହାର ଅଛି ଶାନ୍ତି ନା ଜୀବନ୍ମୁକ୍ତି

ବନ୍ଧନ ତ ସବୁଠି ଜୀବନ ଯାକ

ଏଠି ସ୍ୱାଧୀନ ଅଛି କିଏ...

ଏଠି ସ୍ୱାଧୀନ ଅଛି କିଏ...?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy