ମୋ ପାଇଁ ଶୀତ
ମୋ ପାଇଁ ଶୀତ
ତୁମ ପାଇଁ ସିନା ଶୀତ ଆସେ ନେଇ
ନୂଆ ଚାଦରର ବାସ୍ନା,
ମୋ ପାଇଁ ଆଣେ ଖୋଲା ଆକାଶରେ
ଭିଜା ଭିଜା ଜହ୍ନ ଜୋତ୍ସା ।
ତୁମ ପାଇଁ ଆଣେ ଉଷ୍ଣ ଆବରଣ
ଅଳସୁଆ ମିଠା ନିଦ ,
ମୋ ଦେହେ ପଶି ସେ କଲିଜା ଥରା ଏ
କରି ହାହା କାର ଶବ୍ଦ ।
ତୁମ ପାଇଁ ଆଣେ ନରମ ଖଟରେ
ଗରମ କମଳ ମଜା,
ମୋତେ ଦିଏ ଖାଲି ଝିଣ୍ଡା ଅଖା ତଳେ
ଥରିବାର ହୀନ ସଜା ।
ତୁମ ପାଇଁ ସିନା ଶୀତ ଆସେ ନେଇ
ଗରମ ଗରମ ଚାହା,
ବାସି ରୁଟି ପାଇଁ ରହିଥାଏ ଚାହିଁ
ବାରେ ଦଇବ ବାହା ।
ଦେହକୁ ବିଦାରି ଆତ୍ମାକୁ ଓଟାରି
କାଇଁ ଆସେ ଏଇ ଶୀତ ,
ଶତ୍ରୁ ସାଜି ସତେ ହରାଏ ଜଗତେ
କରେ ଭାରି ଭୟ ଭୀତ ।
