ବୀର ସୈନିକ
ବୀର ସୈନିକ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ଦେଶକୁ ନିଜର ମାଆ ବୋଲି ମାନି
ତାକୋଳରେ ଶୋଇଥାଏ ,
କୀଟପତଙ୍ଗ ର ଦଂଶନକୁ ସିଏ
ଅବିରତ ସହିଥାଏ ।
ଜୀବନ ମରଣ ଏପଟେ ସେପଟେ
ଆୟୁଷକୁ ଭିଡ଼ୁଥାନ୍ତି ,
ସୀମା ଶତ୍ରୁ ଯେତେ ପ୍ରତି ମୂହୁର୍ତ୍ତରେ
ତା ମରଣ ଚିନ୍ତୁ ଥାନ୍ତି ।
ହୃଦୟକୁ କରି ଶୀଳାଠୁ କଠୋର
ଯୁଦ୍ଧ ପାଇଁ ଯାଏ ଚାଲି,
ପତ୍ନୀର ସିନ୍ଦୁର ପ୍ରେମ ସବୁତାର
ଭାବୁ ଭାବୁ ଯାଏ ଭୁଲି ।
ମାଆ କଥା ଭାଳି ଆଖି କହେ ଲୁହ
ଝରାଇ ଦେ ରେ ପୁଅ,
ମାଟି ମା ମୋର ବିପଦରେ ଆଜି
କେମିତି କାନ୍ଦିବି କହ ।
ଯଦି ଆସିଗଲା ଏ ଆଖିରେ ଲୁହ
ଦୁର୍ବଳ ହୋଇବ ମନ,
ଦୁର୍ବଳ ମନା କି ଯୁଦ୍ଧରେ ଜିତିବ
ସେ ପାଇଁ ଦିଅଇ ଧ୍ୟାନ ।
କଣ୍ଟାବାଡ ଆଉ ଲୁହା ଚାଦରର
ଆବୋରଣ ଖାଲି ଏଠି,
ସେ ବୋଝ ମୁଣ୍ଡାଇ ସିଂହ ପରି ଚାଲେ
ଦେଖାଏ ନି କେବେ ପିଠି ।
ସମୟ ପାଇଲେ
ଲେଖେ ଦୁଇଧାଡ଼ି
ଦୃଦୟରୁ କାଢି କାଳି,
ଠିକଣା ଜାଗାକୁ ଗଲାକି ନଗଲା
କିବା ହେଲା ବାଟେ ବୋଳି ।
ପ୍ରଥମ ପିତୃତ୍ବ ଲାଭ କରିଛି ସେ
ଆନନ୍ଦରେ ନାଚିଯାଏ,
ଶିଶୁର ମୁଖକୁ ଦେଖିବ କି କେବେ
ସେ ଆଶାରେ ବଞ୍ଚିଥାଏ ।
ଧନ୍ୟ ଏଇ ମାଟି ତୁମକୁ ପାଇଛି
ସନ୍ତାନ ରୂପରେ ଖୋଜି,
ତା ପରି ତ୍ୟାଗରେ ଭରପୁର ତୁମେ
ଆତ୍ମବଳିଦାନେ ଆଜି ।
କେତେ ଦୃଢ ତୁମ ସଂକଳ୍ପବଦ୍ଧତା
ଦୃଢ ତୁମ ଆତ୍ମ ବଳ,
ଲକ୍ଷ୍ୟ ତୁମ ଏକ ଏ ମାଟିର ଟେକ
ସେଥିପାଇଁ ସେବା ଢ଼ାଳ ।
ତୁମ ପାଇଁ ସିନା ସୁରକ୍ଷିତ ଆମେ
ସୁଖ ନିଦ୍ରା ଥାଉ ଶୋଇ,
ଭଳି ଭଳି ସ୍ୱପ୍ନେ ରାତିକୁ ସଜାଇ
ପ୍ରିୟଜନ ପାଶେ ରହି ।
ଧନ୍ୟ ସେ ଜନନୀ ଯେ ଗର୍ଭେ ଧରିଲା
ତୁମ ପରି ସନ୍ତାନକୁ,
ସେ ଯେ ବୀରାଙ୍ଗନା ବୀରପୁତ୍ର ଦେଇ
ଧନ୍ଯ କଲା ଭାରତକୁ ।
ତୁମ ପାଦେ ମୋର କୋଟିଏ ପ୍ରଣାମ
ମୋ ଦେଶର ବୀରପୁଅ,
ତୁମପରେ ପ୍ରଭୁ ଆଶିଷ ଢ଼ାଳନ୍ତୁ
ସଦା ସୁରକ୍ଷିତ ରୁହ ।