STORYMIRROR

DR SAMIR RANJAN BEHERA

Children Stories Classics Inspirational

4  

DR SAMIR RANJAN BEHERA

Children Stories Classics Inspirational

ଏକ ଅଫୁଟା ଫୁଲର କାହାଣୀ

ଏକ ଅଫୁଟା ଫୁଲର କାହାଣୀ

1 min
368



   ମୋର ସତ୍ତା ଯେବେ ଅନୁଭବ କଲୁ 

   ତୁ କେତେ ଖୁସି ଥିଲୁ 

   ବାପା ଜେଜେ ଜେଜେମା ବି 

   ଘରେ ସତେ ଏକ ପର୍ବ ଚାଲିଲା 

   ସମସ୍ତ ଙ୍କ ମୁହଁ ରେ ଥିଲା 

   ନାତି ଟୋକା ଆସିବ 

   ଆମ ପୁଅ ଟେ ଆସିବ 

   ତୁ ଖିଲି ଖିଲି ହସୁଥିଲୁ 

  ଆଉ ବାପା ବି 

  ଆଉ ମୁଁ ଅନୁଭବ କରୁଥିଲି 

  ଏକ ଦିବ୍ୟ ଅନୁଭୂତି ll


  ସମୟ ଗାଡିଚାଲିଲା 

  ମୁଁ ବି ବଢ଼ୁ ଥିଲି 

  ଡାକ୍ତର ପାଖକୁ ବାପା ମା ଗଲେ 

  ଡାକ୍ତର ଆଣ୍ଟି ମା'କୁ ଚେକ କଲେ 

  ଅଲ୍ଟ୍ରାସାଉଣ୍ଡ ବି କଲେ 

  ମୁଁ କୁରୁଳି ଉଠିଲି 

  ଏକ ଅହେତୁକ ଆନନ୍ଦରେ 

  ଫୁଲ ଫୁଟି ଦୁନିଆକୁ ବାସ୍ନା ବିତାରିବାରେ ll


  ମୁଁ ସ୍ବପ୍ନ ଦୁନିଆ ରେ ହଜିଗଲି 

  ମୁଁ ଦିନେ ଫୁଟିବି ଫୁଲ ହେଇ 

   ଦୁନିଆ ର ଆଲୋକ ଦେଖିବି 

   ପବନ ଝୁଲ ଝୁଲ ଝୁଲିବି 

   ମୋ ବାସ୍ନା ରେ ଜଗତ ଖେଳିବି 

  କିନ୍ତୁ ଘର ଲୋକ ଙ୍କ ନୀରବତା 

  ଅନୁଭବ ହେଲା ଏକ ପ୍ରଶ୍ନବାଚୀ ର ସତ୍ତା ll


  ହଟାତ ଦିନେ ପଶିଆସିଲା 

  କେଉଁ ଏକ ଯନ୍ତ୍ର ପିଶାଚ  

   ମୋ ବେକ କୁ ଚିପିଦେଲା 

   ବିଭତ୍ସ ଭାବରେ ମୋତେ କାଟି କାଟି 

   ବାହାର କରିଦେଲା ମୋ ନିଳୟ ରୁ 

   ମା ମୋତେ ବଞ୍ଚାଓ  ମା ମାତେ ବଞ୍ଚାଓ 

   ଵାସ ତାପରେ ସବୁ ଶେଷ ହେଇଗଲା 

   ଦୁନିଆ ର ପ୍ରଥମ ନିଶ୍ୱାସ ନେବା ଆଗରୁ 

   ଏ ଭୃଣ କନ୍ୟା ଟି 

   ଅଫୁଟା ଫୁଲ ହେଇ ଝଡି ପଡିଲା ll


   

  

   

 . 

   

  


Rate this content
Log in