ବଦଳି ଗଲା ମୋ ଗାଁ***************
ବଦଳି ଗଲା ମୋ ଗାଁ***************
ନୂଆ ନୂଆ ମୋତେ ସବୁତ ଲାଗୁଛି
ପୁରୁଣା ସ୍ମୃତି ବି ସଜେଇ ହୋଇଛି
କିଛି ହଜେଇ ମୁଁ କିଛିତ ପାଇଛି
ମୋ ଗାଁ ତ ଆଜି ବଦଳି ଯାଇଛି l
ମାଟି ରାସ୍ତା ପରା ପକ୍କା ପାଲଟିଛି
ଗାଁ ନଈ ଧାର ଅସ୍ତିତ୍ୱ ହାରିଛି
ବୁଢ଼ା ବରଗଛ ଏବେବି ଚାହିଁଛି
ମୋ ଗାଁ ତ ଆଜି ବଦଳି ଯାଇଛି ।
କଚ୍ଚା ଘର ପକ୍କା ରୂପ ଯେ ପାଇଛି
କଖାରୁ ପୋଇଟା ତଳେ ଘୁଷୁରୁଛି,
ମାଟି ଚଉରାଟା ମାର୍ବଲ ହୋଇଛି
ମୋ ଗାଁ ତ ଆଜି ବଦଳି ଯାଇଛି ।
ଗାଁ ଦାଣ୍ଡ ଖେଳ ସପନ ସାଜିଛି
ଟିଭି ମୋବାଇଲ୍ ରେ ଦିନ କଟୁଅଛି
ଆଈମା କାହାଣୀ କିଏବା ଶୁଣୁଛି
ମୋ ଗାଁ ତ ଆଜି ବଦଳିଯାଇଛି ।
ଭାଗବତ ଟୁଙ୍ଗୀ ତାଲା ପଡ଼ିଅଛି
ଝାଞ୍ଜ ମୃଦଙ୍ଗରେ ଧୂଳି ଯେ ଜମିଛି<
/p>
ଡ଼ିଜେ ଶବଦରେ ମାଟି ଦୁଲୁକୁଛି
ମୋ ଗାଁ ତ ଆଜି ବଦଳିଯାଇଛି।
ବେଶ ପୋଷାକ ତ ନୂଆ ଲାଗୁଅଛି
ଖଣ୍ଡି ଇଂରାଜୀ ରେ କଥାତ ଚ଼ାଲିଛି
ସାଇକେଲ ନୁହେଁ ମଟର ଗଡୁଛି
ମୋ ଗାଁ ତ ଆଜି ବଦଳିଯାଇଛି ।
ମଧୁର ସମ୍ପର୍କ ଅତୀତ ସାଜିଛି
ଯୌଥ ପରିବାର ଖଣ୍ଡିତ ହୋଇଛି
ବାପା ତ୍ୟାଗୀ ପୁଅ ବୋହୁକୁ ବାଛିଚି
ମୋ ଗାଁ ତ ଆଜି ବଦଳିଯାଇଛି l
ନୂତନ ଶିକ୍ଷାର ପ୍ରଣାଳୀ ଆସିଛି
ମୋ ଗାଁର ପିଲା ଉନ୍ନତି କରୁଛି
ଦେଶ ବିଦେଶରେ ନାଁ କାମାଉଛି
ମୋ ଗାଁ ତ ଆଜି ବଦଳି ଯାଇଛି ।
ପରିବର୍ତ୍ତନର ସ୍ରୋତ ଛୁଟି ଅଛି
ନୂତନ ଆଭାରେ ଅନ୍ଧାର ଲିଭୁଛି
କିଛି ଲାଭ କିଛି କ୍ଷତି ଘଟୁ ଅଛି
ମୋ ଗାଁ ତ ଆଜି ବଦଳି ଯାଇଛି ।