STORYMIRROR

Archana Acharya

Classics

4  

Archana Acharya

Classics

ପୁରୀ ଠାକୁର

ପୁରୀ ଠାକୁର

1 min
291

ପୃଥିବୀଟା ସାରା ପଡ଼ିଛି ହୁରି

କାଳିଆ ଠାକୁର ଦେଖିବାକୁ ପରା

ଭିଡରେ ଫାଟୁଛି ସହର ପୁରୀ।


ଭଳି ଭଳି ପିନ୍ଧେ କେତେ ବସନ

ଦୟଣା ହାର, ଗଜରା ସାଥିରେ

ମାଖି ହୁଏ ପୁଣି ବାସଚନ୍ଦନ।


ସାଠିଏ ପଉଟି ଭୋଗ ଛପନ

ଆମ୍ବିଳ ,ସାକର, ସରପୁଳି ପୁଣି

ନାନା ରକମର କେତେ ବ୍ୟଞ୍ଜନ ।


ନାନା ମସଲାର ବିଡ଼ିଆ ପାନ 

ଖଞ୍ଜେଇ ଦିଅନ୍ତି ପଣ୍ଡା ସେବାୟତ

ବୁଝିକାଳିଆର ଅଝଟ ମନ ।


ରାଜାଙ୍କ ଉପରେ ରାଜା ସେ ବଡ଼

ସେବାରେ ନିମିଷେ ହେଳା କେ କରିବ

କରିବାକୁ ସେବା ପ୍ରବଳ ଭିଡ଼ ।


ବଡ଼ଦାଣ୍ଡ ତାର ବଡଦେଉଳ

ବଡ଼ଭାଇ ସାଥେ ବସିଅଛି ଜଗା

ବୋଲାଏ ସଭିଙ୍କ ଠାକୁର ବଡ଼।


ପତିତ ପାବନ ନେତ ତାହାର

ଦେଉଳ ମଥାରେ ଫରଫର ଉଡ଼ି

ଦୁଃଖହରେ ସିଏ ଭକ୍ତଜନର ।


ମହୋଦଧି ବାଲି କଣିକା ଯେତେ

ଜଗାର ମହିମା ବଖାଣି ବସିଲେ

ସମୟ ଲାଗିବ ତତେରେ ସେତେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics