STORYMIRROR

Barsha rani Pradhan

Abstract Inspirational Children

4  

Barsha rani Pradhan

Abstract Inspirational Children

ମା' ର ସଂଜ୍ଞା

ମା' ର ସଂଜ୍ଞା

2 mins
343

ମା' ବୋଲି ଯେଉଁ ନାଁଟି ତାକୁ ବାଛିଲା କିଏ 

ତାକୁ ବଳି ଏତେ ମଧୁର ଆଉ କିଛି ନଥାଏ ।।

ଦଶମାସ ଗର୍ଭେ ଧରିଣ ଯିଏ ଜନମ ଦିଏ

ସେ ଅଟେ ବୋଲାଏ ଜନନୀ ତାର ସମ କେ ନୁହେଁ ।।

ମାତା ମରିଗଲେ ପିତା ର ପରବର୍ତ୍ତୀ ଭାରିଯା 

ସାବତ ମାଆ ସେ ବୋଲାଏ ନୁହେଁ ଅନ୍ତର ଭିଜା ।।

ଆଈମା, ଜେଜେମା ଏମାନେ ଦେଇଥାନ୍ତି ଆଦର

ଜନମ କରିବା ମାଆଠୁ ନହୋଇବେ ନିଜର ।।

ବଡ଼ମା, ଦାଦିମା ଏମାନେ ପରମ୍ପରାକୁ ମାନି

ଭିନେ ହେଲେ କିଏ ପଚାରେ ସ୍ୱାର୍ଥ କଥାକୁ ଘେନି ।।

ମାଆ ନ ଦେଖିଲେ ମାଉସୀ ମାଆ କହନ୍ତି ସବୁ

ବନ୍ଧୁତ୍ୱରେ ଫାଟହୋଇଲେ ଭୁଲି ଯାଆନ୍ତି ବାବୁ ।।

ସଙ୍ଗାତ, ମଇତ୍ର, ଧରମ ମାଆ କୁଣିଆ ସିନା

ସମ୍ପର୍କ କଟିଲେ ସରିଲା କଥା ହେବାକୁ ମନା ।।

ଶାଶୁ ମାଆ ଏ ଯୁଗେ ହେଲେଣି ଜନ୍ମ ମା' ଠୁ ବଡ଼

ପାଦ ଛୁଇଁ କର ପ୍ରଣାମ ଅବା ଆଣ୍ଠୁ ପକାଅ ।।

ଶାଶୁଘର ପୁଷୀ, କୁକୁରେ ଆଜ୍ଞା ଆପଣ କହ

ନହେଲେ ଭାରିଯା ସଙ୍ଗରେ କଳି ହେବ ଅସହ୍ୟ ।।

ଧାଇମା ନିଜର ହୁଅଇ ପାଉଣା ପାଉଥିଲେ 

ଚାକିରିରୁ ଯିବା ମୁହୂର୍ତ୍ତେ କଟିଯାଆନ୍ତି ହେଳେ ।।

ପୋଷ୍ୟ ମାଆ କଥା କାହିଁକି ତୁଣ୍ଡେ ଧରିବା ଭାଇ 

ଜିଇଥାଉ ସିନା ମରିବ ନିଜର ହେବ ନାହିଁ ।।

ପିଇସି ମାଆର ଆଦର ଥାଏ ନେବା ପର୍ଯ୍ୟନ୍ତ

ବାପଘର ଦିଆ ସରିଲେ ନାହିଁ ଦେଖା ସାକ୍ଷାତ ।।

ବିଜ୍ଞାନ ଯୁଗରେ ଭଡ଼ାରେ ମାଆ ମିଳୁଅଛନ୍ତି 

ନିଜ ଛୁଆ ଅନ୍ୟ ଗର୍ଭରେ ଦଶ ମାସ ରଖନ୍ତି ।।

ନିଜ ଯଉବନ ଅକ୍ଷୁନ୍ନ ରକ୍ଷା କରିବା ପାଇଁ

ଅନାଆଶ୍ରମରୁ ପିଲାଟେ ଆଣି ପାଳିବା ପରି ।।

ଯେତେ ଯେତେ ମାଆ ଅଛନ୍ତି ଜନ୍ମ କଲା ମାଆ ଠୁ

ଅନ୍ତଫାଡ଼ି ଜନ୍ମ ଦେଇଛି କିଏ ସରି ତାହାକୁ ।।

ପିଲା ମରିଗଲେ ଅନ୍ୟ ମାଆ ଟିକେ ଦୁଃଖ କରିବ

ବଞ୍ଚିବାର ଯୁଗାନ୍ତର ଯେ ଜନନୀ କାନ୍ଦୁଥିବ ।।

ବିଧବା ମାଆର କଥାଟା କେତେ ଅବା କହିବା

ସ୍ଵାମୀ ମଲା ପରେ ସମ୍ପତି ତାର ଆଉ କିଏ ବା ।।

ମଦୁଆ , କୋଢ଼ିଆ ଯାହା ହେଉ ପଛରେ

ଗାଳିକରୁ ଅବା ମାରିଲେ ଧୂଳି ପୋଛେ କାନି ରେ ।।

ଦୁଃଖୀଧନ ତାର ଜୀବନ ଧନରତ୍ନ ଠୁ ବଳି 

ଯେତେ କଷ୍ଟ ଦେଲେ ତୁଣ୍ଡରେ ବାହାରିବନି ଗାଳି ।।

ସୁପୁତ୍ର ହେଉ କି କୁପୂତ୍ର ଜନମ କଲା ମାଆ

ସନ୍ତାନ ବିଚ୍ଛେଦ ସହେନି ବାବୁ ମନେରଖିଥା ।।

ମାଆ ବୋଲି ଯେଉଁ ଦରବ ତାହା ଭୁଲିବ ନାହିଁ 

ହତାଦର କଲେ ମଣିଷ ଜନ୍ମ ମିଳିବ ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Barsha rani Pradhan

Similar oriya poem from Abstract