STORYMIRROR

Barsha rani Pradhan

Abstract Children Stories Fantasy

3  

Barsha rani Pradhan

Abstract Children Stories Fantasy

ବାପା

ବାପା

1 min
113

ଛାଇ ଆଲୁଅର ଲୁଚକାଳି ଖେଳ 

       ଖେଳି ଖେଳି ଆଜି କ୍ଳାନ୍ତ ।

କେବେ ମରୁଥାଏ କେବେ ବଞ୍ଚୁଥାଏ 

       ତୁମ ସ୍ମୃତି ଦିଏ ଦମ୍ଭ ।।

ମୁଣ୍ଡର ଝାଳକୁ ତୁଣ୍ଡରେ ମାରିଣ

       ସ୍ବପ୍ନକୁ କଲ ପୁରଣ ।

ତୁମ ଆଶୀର୍ବାଦ ଅମୃତ ସମାନ 

       କି ଗାଇବି ତୁମ ଗୁଣ ।।

ତୁମେ ସାଥେ ଥିଲେ ଡରେନା ଦୁନିଆ 

       ତୁମେ ମୋ ଜୀବ ଜୀବନ ।

ତୁମ ବଳିଦାନେ ସମସ୍ୟା ପାହାଡ଼

        ହୋଇଯାଏ ରୁଇ ସମ ।

ଶାସନ ତୁମର ବଜ୍ରଠୁ କଠିନ 

        ହୃଦୟ ଆକାଶ ସମ ।।

ଅନୁଶାସନର ଗଭୀର ପ୍ରେମରେ 

        ଜୀବନ ହୋଇଛି ଧନ୍ୟ ।

ଈଶ୍ୱର କିଏସେ ଜାଣିନି ଏଯାଏଁ

        ତୁମେ ସାକ୍ଷାତ ଈଶ୍ୱର ।

ପୂଜୁଥିଲି ପୂଜୁଅଛି ପୂଜୁଥିବି 

         ସର୍ବଦା ତୁମ ପୟର ।।

ପାଦରେ ମୋ ଆଉ ଫୁଟିବନି କଣ୍ଟା 

        ତୁମ ପଥ ଅନୁସରି ।

ଲକ୍ଷସ୍ଥଳେ ନିଶ୍ଚେ ପହଞ୍ଚିବ ସତ୍ୟ

         ଆଶିଷ ଦିଆ ହେ ଢାଳି ।।

ପିତା ତୁମେ ଧର୍ମ ପିତା ତୁମେ ସ୍ବର୍ଗ 

        ତୁମେ ମୋ ସକଳ ଶକ୍ତି ।

ତୁମେ ମୋ ତପସ୍ୟା ତୁମେ ମୋ ଭକ୍ତି 

        ତୁମ ପାଦ ପଦ୍ମେ ମୁକ୍ତି ।।


Rate this content
Log in

Similar oriya poem from Abstract