STORYMIRROR

Chittaranjan Nanda

Inspirational Others Children

4  

Chittaranjan Nanda

Inspirational Others Children

ଦୁଷ୍ଟ ଗୋରା ଲୋକଙ୍କ ସରକାର

ଦୁଷ୍ଟ ଗୋରା ଲୋକଙ୍କ ସରକାର

2 mins
288


ସରକାର ତ ସରକାର କେବେ ଗୋରା ଅବା

କଳା ହୋଇ ପାରେନା

ପରାଧୀନ ଭାରତରେ ଗୋରା ବ୍ରିଟିଶ ଲୋକଙ୍କ

ସରକାର କଥା କରୁଛି ବର୍ଣ୍ନନା ।୧।


ମୋ ଭାରତର ବିଭବକୁ ଦେଖି ବଢିଲା ଗୋରା

ବେପାରୀଙ୍କ ଭାରି ଆଦର

ବାଣିଜ୍ୟ କରିବା ପାଇଁ ଆସିଲେ, କିନ୍ତୁ ଆମର କନ୍ଦଳ

ସୁଯୋଗେ, ନେଲେ ଶାସନ ଭାର ।୨।


କିଛି ନୂଆ ନୁହେଁ ବିଦେଶୀ ସାମ୍ରାଜ୍ୟବାଦୀ ଶାସକ

କରେ ଅନ୍ୟାୟ, ଦୁର୍ନୀତି ଓ ଶୋଷଣ

ଦୁଇ ଶହ ବର୍ଷ ପରାଧୀନତାରେ ଆମେ ଭାରତୀୟ

ଭୋଗ କଲେ ଅସହ୍ୟ ଅତିଷ୍ଠ ଜୀବନ ।୩।


ବାଘା ଜତୀନ, ବକ୍ସି ଜଗବନ୍ଧୁ, ଗୋପବନ୍ଧୁ, ରେଣ୍ଡୋ

ମାଝି, ଜୟୀ ରାଜଗୁରୁ, ବିର୍ସା ମୁଣ୍ଡା, ଲକ୍ଷ୍ମଣ

ଲାଲ ବାଲ ପାଲ ନେହେରୁ ଗାନ୍ଧିଜୀ ସୁବାଷ ଭଳି

କେତେ ଭାରତୀୟ ହେଲେ ସଚେତନ ।୪।


ଗୋରାଙ୍କର ଅତ୍ୟାଚାର ସଂଗେ ସଂଗେ ବର୍ବରତା

ଭାବର ଶାସନ ସୀମା ଟପି ଗଲା

ଅତିଷ୍ଟ ଭାରତୀୟ ବାସୀ, ମାଗିଲେ ମିଳେନା କେବେ

ସ୍ଵାଧୀନତା, ଏହି କଥା ଜାଣି ପାରିଲା ।୫।


ବିଦେଶୀ ସରକାର କୁତ୍ସିତ, ଚାବୁକ, ବନ୍ଧୁକ, ଧମକ

ଦେଇ ଭିଆଇଲେ କେତେ କାଣ୍ଡ କାରଖାନା

ବିଶ୍ୱ ଇତିହାସ ଶିଖାଏ ଯେ ସ୍ଵାଧୀନତା ସଂଗ୍ରାମ ଓ

ବିପ୍ଳବର ବହ୍ନି ନିର୍ବାପିତ କେବେ ହୁଏନା ।୬।


କେତେ ଲହୁ ଲୁହ ଦେଇ ଆନ୍ଦୋଳନ ପରେ ଆନ୍ଦୋଳନ,

ବହୁ ଭାରତୀୟ ବୀର ଭିଜାଇଲେ ଦେଶ ମାଟିକୁ

ହଟିଲା ଗୋରାଙ୍କ ଶାସନ, ଶେଷେ ଉଡ଼ିଲା ତ୍ରିରଙ୍ଗ ଧ୍ଵଜା

ନଡରିଲୁ ଜାଲିଆନୱାଲାବାଗ ଭଳି ନରସଂହାରକୁ ।୭।


ଦିନେ ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଥିଲା ପରା

ଏଇ ମୋର ସୁନାର ଭାରତ ଦେଶ

ସ୍ୱାର୍ଥ ପାଇଁ ଚାଲୁବାଜି ରାଜନୀତି ଖେଳ, ଚାଲାକି ଗିରିରେ

ପ୍ରାଧାନ୍ୟ ବିସ୍ତାର ସବୁ କରିଦେଲା ଶେଷ ।୮।


ହେ ଆଜିର ମୋ ଦେଶର ଶାସକ ଥରେ ଦେଖିଛ ଆଉ

ପଢିଛ କି ଆମର ଇତିହାସର ପୃଷ୍ଠାକୁ

ପରାଧୀନରେ ରହିଥିଲେ ସାରା ଦେଶବାସୀ ନିଜ ସ୍ୱାର୍ଥ

ପାଇଁ, ମନେ ରଖିଛ କି ସେ ଗୋରାଂକ ସରକାର କଥାକୁ ।୯।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational