STORYMIRROR

Kasinath Nayak

Inspirational Others Children

4  

Kasinath Nayak

Inspirational Others Children

ଜାତୀୟ ପତାକା

ଜାତୀୟ ପତାକା

2 mins
376


ତ୍ରିରଙ୍ଗା ଚିରାଳ 

ଉଡେ ଫରଫର 

ହର ହର ଘର ପର,

ବୈଜୟନ୍ତୀ ବାନା

ନିଶାଣ କେତନ 

ପତାକା ବ୍ଯୋମମଞ୍ଜର।୧। 


ଜାତୀୟ ପତାକା

ଆମର ଗୌରବ

ଆମରି ମାନ ସମ୍ମାନ,

ମର୍ଯ୍ୟାଦା ଜନକ 

ଏ ଝଣ୍ଡା ଟିକକ

କରୁଛି ତାକୁ ସଲାମ।୨। 


ଏ ପତାକା ତଳ

ସର୍ବେ ହୋଇ ମେଳ

ଗାଇବା ଜାତୀୟ ଗୀତ,

ବନ୍ଦେ ମାତରମ୍

ସ୍ୱାଧୀନ ଭାରତ

ଜୟ ସ୍ବାଧୀନ ଭାରତ।୩। 


ହିନ୍ଦୁ ମୁସଲମାନ 

ବୌଦ୍ଧ ଖୀରସ୍ତାନ

ସରବେ ହୋଇବା ମେଳ,

ଭୁଲି ଭେଦଭାବ 

ରଖିଣ ସଦ୍ଭାବ 

ଜାତୀୟତା ଦୀପ ଜାଳ।୪। 


ବିବିଧତା ଗୁଣ

ପ୍ରକୃତିର ଜାଣ

ବିବିଧତା ଭରା ଧରା,

ବିବିଧତା ଯୋଗେଁ

ଆମେ ଅଛୁ ସର୍ବେ 

ଏକୁ ଏକ ଛନ୍ଦା ପରା।୫। 


ଆମ ଜନ୍ମ ଭୂମି 

ଭାରତ ଜନନୀ

ବିବିଧତା ପରିପୂର୍ଣ୍ଣ 

ଜାତି ଜାତି ଲୋକ

ଧର୍ମ ତ ଅନେକ

କିଏ ଉଚ୍ଚ କିଏ ସାନ। ୬। 


ବିବିଧ ସଂସ୍କୃତି

ପୂରି ରହିଅଛି

କିଏ କଳା କିଏ ଗୋରା,

ବେଶ ଭିନ୍ନ ଭିନ୍ନ 

ବହୁଭାଷି ପୂର୍ଣ୍ଣ

ଧର୍ମ ଭିନ୍ନ ଭିନ୍ନ ପରା।୭।


ଜାତି ଧର୍ମ ବର୍ଣ୍ଣ 

ଉଚ୍ଚ ବଡ ସାନ

ଝଣ୍ଡାତଳେ ସର୍ବେ ଏକ,

ଆମେ ଭାରତୀୟ

ବଡ ପରିଚୟ

ସର୍ବେ ଦେଶ ନାଗରିକ।୮। 


ତ୍ରିରଙ୍ଗ ଏହାର

ମର୍ମର ଆଧାର

ଦିଅଇ କେତେ ସଙ୍କେତ,

ନାରଙ୍ଗୀ ରଙ୍ଗଟି 

ରହିଛି ଉପର

ବୀରତ୍ବ ତ୍ଯାଗ ପ୍ରତୀକ।୯। 


ହେ ଭାରତ ବାସୀ

ହୁଅହେ ସାହସୀ

ଉଚ୍ଚ କର ଦେଶ ମଥା,

ଆମ ପୂର୍ବ ଜନ

ତ୍ଯାଗ ବଳିଦାନ 

ଗାଇବା କୀରତି ଗାଥା।୧୦।


ଉଦିତ ତପନ

ପରାୟ ତା ବର୍ଣ୍ଣ 

ଉଚ୍ଚ ଗଗନରେ ସ୍ଥାନ ,

ସେହି ଭାବେ ରଖି

କେଶରୀ ରଙ୍ଗକୁ 

ଶୀର୍ଷରେ ରଖିବ ଜାଣ।୧୧। 


ରଙ୍ଗଯେ ଧବଳ

ଶୋଭଇ ମଧ୍ଯର

ସପ୍ତ ରଙ୍ଗର ଆଧାର,

ସତ୍ଯ ଶାନ୍ତି ମୈତ୍ରୀ

ପବିତ୍ରତା ବାର୍ତ୍ତା

ଭରଇ ଆମ ଅନ୍ତର।୧୨। 


ସ୍ବଚ୍ଛତା ର କଥା

ସରବେ ସମତା

ଶୁଭ୍ରତା ଅଟେ ଗୁଣ,

ସ୍ବଚ୍ଛ ପରିବେଶ

ଶ୍ବେତ ଗୁଣ ବାସ

କରିବାକୁ ଆଚରଣ।୧୩। 


ସବା ତଳ ଭାଗେ 

ସବୁଜ ଯେ ଶୋଭେ

ମନକୁ ନିଅଇ କିଣି,

ବିଶ୍ବାସ ଟି ମୂଳ

ସମୃଦ୍ଧି ଆଧାର

ଶ୍ରମ କର୍ମ ଦିଏ ଆଣି।୧୪। 


ସବୁଜିମା ଭରା

ଆମର ଏ ଧରା

ହୋଇବ ଶସ୍ଯ ଶ୍ଯାମଳା,

କିଶାନର ଜୟ

କରୁଅଛି ତୟ

ନକରିବ କାରେ ହେଳା।୧୫। 


ମଧ୍ଯରେ ଏହାର

ଅଶୋକଙ୍କ ଚକ୍ର

ରହିଛି ଚବିଶ ଅର,

ଗାଢ ନୀଳବର୍ଣ୍ଣ 

ଚକ୍ର ଟିର ଚିହ୍ନ 

ପ୍ରେରଣା ଦିଏ ଭକ୍ତିର।୧୬। 


ସଂସାର ର ଭାବ

ଚକ୍ରରେ ନିହିତ

ବୁଣେ ଆଧ୍ଯାତ୍ମ ଖବର,

ଅରଟର ସ୍ଥାନ

ନେଇଅଛି ଚକ୍ର

ଥିଲା ଗାନ୍ଧୀଙ୍କ ବିଚାର।୧୭। 


ଚକର ପରାୟ

ଘୁରୁଛି ପୃଥିବୀ

କାଳଚକ୍ର ଗତିଶୀଳ, 

ଜଡତା କୁ ନାଶି

କର ଅଗ୍ରେଗତି 

ସଦା ହୁଅ ଅଗ୍ରସର।୧୮। 


ଅଗ୍ରଗତି କଥା

ଉଦାରତା ବାର୍ତ୍ତା

ସମୃଦ୍ଧିର କଥା କହେ,

ବିଶ୍ବପ୍ରେମ ବାଣୀ 

ଦିଏ ଚକ୍ର ବୁଣି

ଅହିଂସାର ଗୀତ ଗାଏ।୧୯।


ଆଧ୍ୟାତ୍ମିକ ଭାବେ

ଅଗ୍ରଗତି କଥା

ଚକ୍ରର ଅଟେ ମରମ, 

ସତ୍ଯ ଧର୍ମ ନ୍ଯାୟ

ଶାଶ୍ବତ ପ୍ରଗତି

ଅଟେ ଚକ୍ର ର ମାହାତ୍ମ୍ୟ।୨୦। 


କନାଖଣ୍ଡେ ବୋଲି

ନମଣ ଏହାକୁ

ଏହାତ ଜାତୀୟ ଧନ,

ଜାତୀୟ ଦେବତା

ତ୍ରିରଙ୍ଗା ପତାକା

କରିବା ତାର ସମ୍ମାନ। ୨୧। 


ହୋଇ ଉଚ୍ଚତ୍ତର 

ଉଡେ ଫରଫର

ନାହିଁ କେହି ତାର ସମ,

ଡାହାଣ ପାରୁଶେ 

କିଛି ନ ଉଡିବ

ରହିବ ସେ ଉଚ୍ଚତମ।୨୨। 


ଆନ୍ଧ୍ର ଦେଶ ଘର

ଗାନ୍ଧୀ ଶିଷ୍ଯ ବର

ପିଙ୍ଗାଲି ଭେଙ୍କୟା ନାମ,

ପତାକା ର ରୂପ

କରିଲେ ନିର୍ମିତ 

କରିବା ତାଙ୍କୁ ପ୍ରଣାମ। ୨୩। 


ଦୈର୍ଘ୍ଯ ପ୍ରସ୍ଥ ମଧ୍ଯେ 

ରହିଛି ସଂପର୍କ 

ତିନି ଦୁଇ ଅନୁପାତ,

ସାତଥର ଯାର

ବଦଳିଛି ରୂପ

ହୋଇଛି ଅନୁମୋଦିତ। ୨୪। 


ପଞ୍ଚ ସପ୍ତ ତମ

ସ୍ବାଧୀନତା ଦିନ

ଅମୃତ ର ମହୋତ୍ସବ, 

ପାଳୁ ଅଛି ଦେଶ

ଉଡାଇ ବୈରେଖ 

ତ୍ରିରଙ୍ଗା ଝଟକେ ଦେଖ।୨୫। 


ହର ଘର ପର

ଉଡେ ଫରଫର 

ଦିଅଇ ଶୁଭ ଖବର,

ଆମରି ଭାରତ 

ହେବ ଅଗ୍ରଦୂତ 

ଧରା ମଧ୍ଯେ ଆଗୁସାର। ୨୬। 


ଜାତୀୟ ଦିବସେ

ରହି ଝଣ୍ଡା ତଳେ 

ନେବା ସକଳେ ଶପଥ,

ପତାକା ସମ୍ମାନ 

ନକରିବା ନ୍ଯୁନ 

କରୁଛି ସର୍ବେ ପ୍ରଣାମ।୨୭। 



Rate this content
Log in

Similar oriya poem from Inspirational