STORYMIRROR

Kasinath Nayak

Abstract

4  

Kasinath Nayak

Abstract

ଚିତାଲାଗି ଅମାବାସ୍ୟା

ଚିତାଲାଗି ଅମାବାସ୍ୟା

2 mins
277

ଗେଣ୍ଡେଇଶୁଣୀ ଲୋ   ହେ ଗେଣ୍ଡେଇଶୁଣୀ 

    ରଖିବୁ ମିନତି ମୋର,

ବାପା ଦାଦାଙ୍କ ଭାଇ    କ୍ଷେତକୁ ଆସନ୍ତି 

      ଅଟନ୍ତି ସେ  ହଳଧର ।


ଚାଷୀ ଘର ଆମ     କ୍ଷେତେ ନିତ୍ଯ କାମ

      ଚାଷ ଆମର ବେଉଷା,

ଖରା ବରଷାରେ      ଖଟନ୍ତି କ୍ଷେତରେ 

         କର୍ଷକ କୃଷକ ଚଷା।


ଚାଷ ଆମ ଆଶ    ଚାଷ ଯୋଗୁଁ ବାସ

        ଚାଷରୁ ଚଳୁ ସକଳ,

ଚାଷୀ ସିନା ଭରେ     ଦେଶର ଅମାର

       ପ୍ରଗତୀ ମୂଳ ଆଧାର।


ଖାଲି ପାଦ ହୋଇ    ଆସନ୍ତି ଜମିକୁ

       ମାଟି କାଦୁଅରେ ଚାଷ,

କାଦୁଅରେ ହଳ     ମଈ ସମତୁଲ

       ଲଭି ଶ୍ରମ ଯାତ କ୍ଳେଶ। 


କାଦୁଅ ଜଳରେ     ଆଣ୍ଠୁ ମାଡି ବସି

     ତଳି ଉପାଡନ୍ତି ଭାଇ,

ପାଣି ପଙ୍କେ ନଇ    ହସ୍ତେ ଧାନ ରୋଇ

     ଖରା ବରଷାକୁ ସହି।


ରୁଆ ବେଉଷଣ     କାଦୁଅ କର୍ଷଣ

        ମାଟି ପଙ୍କ ସରସର,

ମାଟି ସଙ୍ଗେ ମାଟି     କ୍ଷେତରେ ଖଟନ୍ତି

       ଦେହକୁ ନାହିଁ ଖାତର।


ହେ ଗେଣ୍ଡେଈଶୁଣୀ!      କ୍ଷେତର ମିତଣୀ  

       ପାଟିରେ ତୁମେତ ଚାଲ,

ବାପା ଦାଦା ଭାଇ      କାଦୁଏ ଖଟନ୍ତି

         ନଥାଏ ପଦେ ଚପଲ।


ମାଟିରେ ତ ବାସ      ତୁମେତ କରିଛ

       ନକରିବ ତୁମେ ରୋଷ,

ତାଙ୍କ ପାଦ ରକ୍ଷା      ଦେବେଟି ସୁରକ୍ଷା 

        ନ ଧରିବ ତାଙ୍କ ଦୋଷ।


ଚିତଉ ଚକୁଳି     ଗଇଁଠା ଏଣ୍ଡୁରି 

     ଆଣିଛୁ ତୁମରି ପାଇଁ, 

ସାରୁ ପତ୍ରେ ଥୋଇ   ଦେଉଛୁ ଭସାଇ

     ପଣା ହୁଳହୁଳି ଦେଇ।


ଚିତଉଟେ ପୋତି    କରୁଛୁ ପ୍ରଣତୀ

        ଧରା ମାତା ବସୁମତୀ,

ଜମିକୁ ଆମର     ରଖିବ ଉର୍ବର

       ଶ୍ରମ ହେବ ଫଳବତୀ।


ହେ ବରୁଣ ଦେବ     ଜଳ ଅଧିପତି

      ଜଳରେ ଭରିଛି କ୍ଷେତ,

ଜଳରେ ସୁରକ୍ଷା    ଦେବ ରମା ପିତା

      ଜଳରେ ଖଟନ୍ତି ତାତ।


ମାଆ କମଳିନୀ    ସାଗର ଦୁଲଣୀ

       ପଦ୍ମାଳୟା ନାରାୟଣୀ,

କରୁଛି ବନ୍ଦନା      କରିବ କରୁଣା

       କ୍ଷେତ ଭରିବ ଜନନୀ।


କ୍ଷେତର ତ ମିତ     କୃଷକର ବନ୍ଧୁ 

      ତୁମେତ ଗେଣ୍ଡେଇଶୁଣୀ, 

ମୃତ୍ତିକା ଉର୍ବର     ତଳକୁ ଉପର

      ନିତ୍ଯ କରୁଥାଅ ପୁଣି।


ଯବକ୍ଷାରଯାନ    କ୍ଷେତର ଜୀବନ

    ଷମାଟିରେ କରାଅ ବୃଦ୍ଧି,

ମୃତ୍ତିକା ହାଲୁକା     ତୁମ ଯୋଗୁଁ ହୁଏ

       ଫସଲ କର ସଂବୃଦ୍ଧି।

  

ମୁଖେ ଚାଲ ଧୀର     ନୁହଁ ତର ତର

        ଆଙ୍କି ଦିଅ ମାନଚିତ୍ର,

ସ୍ବତନ୍ତ୍ର ନିରେଖ    ତବ ଚଲାପଥ

     ଦେଖି ହେଉ ଆହ୍ଲାଦିତ।


ରାସାୟନିକ ସାର    କରେ ବ୍ଯବହାର 

        ପକାଏ କୀଟନାଶକ ,

ସୁରକ୍ଷିତ ଚାଷ       ଅମଳ ଅଧିକ

      ବିପଦକୁ ଦିଏ ଡାକ।


କ୍ଷେତୁ  ଗେଣ୍ଡା ବଂଶ    ହେଉଛନ୍ତି ନାଶ 

        କମୁଛି ମୃତ୍ତିକା ମାନ,

ରସାୟନ ବିଷ     ନାଶେ ପରିବେଶ 

     ସଭିଙ୍କୁ ବିପଦ ଘେନ ।


ଜୈବିକରେ ଚାଷ     କର ହେ କୃଷକ

      ରସାୟନ କର ବର୍ଜନ,

ଜିଆ ଗେଣ୍ଡା ଆଦି    ଉପକାରୀ ଜୀବ

     ହେଉ ତାଙ୍କ ସଂରକ୍ଷଣ।


ଶ୍ରାବଣ ବରଷା     ମହୀରେ ସରସା 

      ନଈରେ ବହଇ ଧାର,

ଧାରା ଶିରାବଣ    ରହିଛି ବଚନ

   ଚାଷକୁ ସେ ଉପକାର।


କି ହେଲା ଏ କାଳ     ଚକିତ ସକଳ

     ଖରାରେ ଫାଟଇ ଭୂଇଁ, 

ଟାଇଁ ଟାଇଁ ଖରା     ଶୁଷ୍କ ଭୂଇଁ ଧରା 

      ଆସିବ ଗହ୍ମା ପୁନେଇ।


ଆଜି ଚାଷୀ କୁଳ    ହୁଅଇ ବ୍ଯାକୁଳ 

    ଫସଲ ଯାଉଛି ମରି,

ପାଣି ପାଗ ଯୋଗ    ହୁଅଇ ବିଯୋଗ 

      ଶ୍ରାବଣେ ଫାଟଇ ଭୂଇଁ।


ଶ୍ରାବଣ ମାସର    ଅମାବାସ୍ଯା ତିଥିି 

     ଦିନଟା ଅଟେ ସ୍ବତନ୍ତ୍ର, 

ସୁନା ଚିତା ପିନ୍ଧି    ଲାଗନ୍ତି ସୁନ୍ଦର 

   ଶ୍ରୀମନ୍ଦିରେ ଜଗନ୍ନାଥ।


ସୁବର୍ଣ୍ଣ ର ଚିତା    ଝଟକଇ ମଥା

     ହୀରା ଲୀଳାରେ ଖଚିତ,

ମରକତ ମଣି     ବ୍ରହ୍ମଜ୍ଯୋତି ପୁଣି

      ଦର୍ଶନ ଭକ୍ତ କୃତାର୍ଥ।


ଜଗତ ର ନାଥ       ଓଡିଆ ସାଆନ୍ତ 

        ଜଗୁସାଇଁ ଜଗଦୀଶ ,

କରେ ପ୍ରଣିପାତ    କରିବେ ଆଶିଷ 

      ଚାଷୀକୂଳ ହେଉ ତୋଷ।



Rate this content
Log in

Similar oriya poem from Abstract