STORYMIRROR

Kasinath Nayak

Inspirational

3  

Kasinath Nayak

Inspirational

ଜାଗର ଉପଲକ୍ଷେ

ଜାଗର ଉପଲକ୍ଷେ

1 min
119

ପବିତ୍ର ଶିବ ଚତୁର୍ଦ୍ଦଶୀ ମହାଶିବରାତ୍ରୀ ଜାଗର 

ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ଶ୍ରବଣା ମକର।।

ଦେବ ଦେବ ମହାଦେବ ମଙ୍ଗଳମୟ ମହେଶ୍ୱର 

କରନ୍ତି ଆଶୀର୍ବାଦ କର ନକର ଉପଚାର। ।

ବରଷକେ ଶ୍ରେଷ୍ଠ ଦିନ ହୋଇବ ପୂଜନ ତାଙ୍କର,

ତାଙ୍କ ଉପାସନା ସର୍ବେ ଆନମନା ଚଳଚଞ୍ଚଳ।।

ମଙ୍ଗଳମୟ ଶ୍ମସାନ ବାସୀ ନିର୍ଲ୍ଲିପ୍ତ ନିର୍ବିକାର 

ଭୋଗ ବିଳାସଠୁ ଦୂରରେ ନାମ ତାଙ୍କ ହର ।।

ତ୍ରିନୟନ ହେତୁ ତ୍ରିଲୋଚନ ସ୍ମରହର ମହାକାଳ,

ମୃତ୍ୟୁଞ୍ଜୟ ସଦାନନ୍ଦ ପିନାକି କାଳ ପରମେଶ୍ଵର ।।

ବ୍ଯାଘ୍ର ଚର୍ମ ବସନ ଭସ୍ମ ଲୋପିତ ଶରୀର,,

ନାହିଁ ତାଙ୍କ ଆଭୁଷଣ ଉଡଙ୍ଗ ତ ଅଳଙ୍କାର ।।

ତାଙ୍କ ବିଭୁତିରୁ ସୃଜନ ଏ ସମଗ୍ର ସଂସାର

ଧ୍ଯାନ ମୂଦ୍ରାରେ ଆସୀନ ନିତ୍ଯ ଦିଗମ୍ବର। ।

ଭୋଳାନାଥ ଆଶୁତୋଷ ମହାଦେବ ମହେଶ୍ୱର, 

ମହାଯୋଗୀ ମହାରୂଦ୍ର ମୃତ୍ୟୁଞ୍ଜୟ ଈଶ୍ବାନେଶ୍ବର।।

ସିଦ୍ଧେଶ୍ବର ସଦାନନ୍ଦ ଶିବ ଶମ୍ଭୁ ଶାଶ୍ବତ ଈଶ୍ବର,

କୋପେ ବର ତପେବର ଶ୍ରଦ୍ଧା ଭକ୍ତିର ଠାକୁର।।

ଦୁଦୁରା ଗଇଶ ଅରଖ ଶ୍ରୀଫଳ ପତର

ଲାଗଇ ତାଙ୍କ ପୂଜାରେ ସୁଲଭ ମାତର।।

ନବାତ କଦଳୀ ମିଶିରି ଜାଇଫଳ ଖୀର

ଲାଗିକରି ବୋଳିଦେଲେ ଶାନ୍ତ ହୁଏ ଶିର।।

ହଳାହଳ ବିଷ ପାନ କରି କରିଲେ ମଙ୍ଗଳ

ନୀଳକଣ୍ଠ ନାମ ସିଦ୍ଧ ପ୍ରଭୁ ମହାଦେବ ହର।।

ଆଜି ପବିତ୍ର ଜାଗର ପ୍ରଭୁ ଆଶୀର୍ବାଦ କର,

ଢାଳୁଛି ପ୍ରଦୀପ ହଟିଯାଉ ଅମା ଅନ୍ଧକାର।।

ଅହଂକାର ଭୂତାଣୁ ମାନବକୁ କଲା ହରବର

କାପାଳି କାଳ କାଶୀଶ୍ବର ନର ଅହଂକାର ହର।।

ଅଘୋର ଉମେଶର ଗଣେଶ୍ବର ଚନ୍ଦ୍ର ଶେଖର

ପ୍ରଚଣ୍ଡ ରୂଦ୍ରତାପକୁ ପ୍ରଭୁ ହେ ପ୍ରତିହତ କର ।।

ସଭିଠାର ସୁପ୍ତଶକ୍ତି ମହାଶକ୍ତି କରାଅ ସଂଚାର,

ସ୍ନେହ ଶ୍ରଦ୍ଧା ପ୍ରେମ ସତ୍ଯ ଧର୍ମ ଭର ଏସଂସାର ।।

ହିଂସା ଦ୍ବେଶ ପରପୀଡନ ଅନୀତି ଅନାଚାର 

ଉଚ୍ଚ ନୀଚ ଅଛୁଆଁ ଛୁଆଁ ଭେଦ ହେଉ ଦୂର,। ।

କାମ କ୍ରୋଧ ଲୋଭ ମୋହ ମାନିଯାଉ ହାର

ସ୍ନେହ ପ୍ରେମ ଦୟାଭାବେ ପୂରୁ ଏ ସଂସାର। ।

ସଞ୍ଜମୀ ହୁଅନ୍ତୁ ସକଳେ ଜାଗୁ ପୁରୁଷାକାର,

କର୍ମଠ ହୁଅନ୍ତୁ ସରବ ଧର୍ମ ର ହେଉ ସଂଚାର।।

ପଶୁଛି ଶରଣ ମହାଯୋଗୀ ଈଶାଣ ଈଶ୍ବର 

ଜ୍ଞାନାଲୋକେ ଅନ୍ତରାତ୍ମାକୁ ଆଲୋକିତ କର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational