STORYMIRROR

Lunar Das

Romance Tragedy

3  

Lunar Das

Romance Tragedy

ଅନୁପମ

ଅନୁପମ

1 min
143

ମୁଁ ଅଧାଲେଖା ପଂକ୍ତି ଟିଏ ନୁହେଁ

କାହା ମନର ସମ୍ପୂର୍ଣ୍ଣ ନୀରବତା

ମୁଁ ଅଧାଲେଖା ବ୍ୟାଖ୍ୟା ଟିଏ ନୁହେଁ

ଫାଲ୍ଗୁନରେ ହସୁଥିବା ଅଲିଭା ପ୍ରହର ।

ଚିର ଇପ୍ସିତ ମୁକ୍ତିର ଉଦ୍ଭାସ ଟେ

ପ୍ରବାହିତ ମୋ ଅଭୀଷ୍ଟ ମାର୍ଗରେ

ଜୀବନ ଅଛି ତ ଅବିରାମ ଭାବନାଟେ ଅଛି

ଯଦିବା ଆକ୍ଷେପ ଟିଏ

ଜଳି ଜଳି ଲିଭି ସାରିଛି କେବେଠୁ ।

ମୋ ଆଖି ଆଗରେ

ଆକାଂକ୍ଷାର ଅପ୍ରତିମ ରହସ୍ୟ ଟିଏ

ବନ୍ଧା ପଡ଼ିଛି କୋହ ଭିତରେ କିଛି ନିୟନ୍ତ୍ରଣ

ଯୁଗ୍ମ ଯୁଗ୍ମ ଅନେକ ଅଭୀଷ୍ଟ କାମନା

ଅଭିସାରିକା ଯଦି ବା ଉନିଦ୍ରା ରହେ

ଅସଜଡ଼ା ସ୍ୱପ୍ନକୁ ବାନ୍ଧିବା ଆଶାରେ।

ଅଭୀପ୍ ସା ସବୁ କୁ ଜାବୁଡ଼ି ଧରି

ସେ ଖୋଜେ ନୂତନ ଜୀବନ

କିଛି ପ୍ରତିଶୃତି ହୀନ ଅଲିଭା ଅକ୍ଷର ।

ବଞ୍ଚିବାର ରାହା ଟିଏ ଖୋଜୁ ଖୋଜୁ

ଆଖିରେ ତାହାର ଝଲସି ଉଠେ

ସେଇ ନିରବ ନାୟକ ର

ଲୁଚାଛପା ହସର ରହସ୍ୟ ।

କେଜାଣି କାହିଁକି ସେ ହସଟା

ଖୁବ ଆପଣାର ଲାଗେ

ଯଦିବା ଛିଣ୍ଡା ପ୍ରହର ରେ

ଯନ୍ତ୍ରଣାର ଧ୍ୱନୀ ଟା ତା' କର୍ଣ୍ଣ ମୂଳେ

ଅହରହ ଶୁଭୁ ଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance