STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

କାଳ୍ପନିକ କାହାଣୀ

କାଳ୍ପନିକ କାହାଣୀ

1 min
213

କାଳ୍ପନିକ ନୁହେଁ ବାସ୍ତବିକ ଏହୁ

ଦେଖି ଅଛି ଏହୁ ନେତ୍ର

ହାହାକାର ରାବ କରୋନା ତାଣ୍ଡବ

ଅଶ୍ରୁପୂର୍ଣ୍ଣ ଦିଶେ ନେତ୍ର।

 

ରୋଦନର ରାବ କରେ ମର୍ମାହତ

ଭୁଲି ନାହିଁ ଏହି ନେତ୍ର

ଜନତା କଲ୍ୟାଣେ କର୍ତ୍ତବ୍ୟେ ରହିଲେ

ଦେଖି ଅଛି ଏହୁ ନେତ୍ର।

 

ସ୍ୱାସ୍ଥ୍ୟ କର୍ମୀଙ୍କର ଦେଖି କର୍ତ୍ତବ୍ୟକୁ

ମନ ହୁଏ ଆନନ୍ଦିତ

ଦେଖି ଅଛି ନେତ୍ର କର୍ମେ ଅବିରତ

ଟିକାଟି ହେଲା ନିର୍ମିତ।

 

ରାଷ୍ଟ୍ରର ନିର୍ମାଣେ କେତେ ଯେ ଚେଷ୍ଟିତ

କଲେଟି ଟିକା ନିର୍ମାଣ

ଦୂର କଲା ଏହୁ କରୋନା ରୋଗକୁ

ରୋଗ ଘୁଞ୍ଚି ଗଲା ଜାଣ।

 

ଦେଖିଲା ଏ ନେତ୍ର ରାଷ୍ଟ୍ର କର୍ମ ଜ୍ଞାନ

ଗର୍ବିତଟି ମନ ହେଲା

କର୍ତ୍ତବ୍ୟେ ଭୂଷିତ ଯୁବ ଓ ଯୁବତୀ

ଗୌରବ ରାଷ୍ଟ୍ରେ ମିଳିଲା।

 

ସତ୍ୟ ତ୍ୟାଗ ପ୍ରୀତି କର୍ମପଥ ତାଙ୍କ

ଅମୃତ କାଳଟି ଏହୁ

ବିଶ୍ୱ ଗୁରୁ ସ୍ୱପ୍ନ ଦିଶୁଛି ଆଗରେ

ଶକ୍ତିଶାଳୀ ରାଷ୍ଟ୍ର ଏହୁ।

 

ରାଷ୍ଟ୍ରର ନିର୍ମାଣେ ଉତ୍ସାହିତ ଜନ

ସତ୍ୟ କର୍ମ କରୁଛନ୍ତି

ଆତ୍ମନିର୍ଭରଟି ହେଉଛନ୍ତି ଜନ

ସେବାର ମନ୍ତ୍ର ଧରନ୍ତି।

 

କାଳ୍ପନିକ ନୁହେଁ ରହିଛି ସତ୍ୟତା

ନେତ୍ରେ ମୁଁ ନିତ୍ୟେ ଦେଖୁଛି

ଅମୃତ କାଳର କାହାଣୀ ଏପରି

ଗର୍ବିତ ମୋ ରାଷ୍ଟ୍ର କରୁଛି।

 

କରୋନାର ଟିକା ହେଲା ସଞ୍ଜୀବନୀ

ବିଶ୍ୱର ହେଲା ମଙ୍ଗଳ

ଅହିଂସାର ମନ୍ତ୍ର ଗୁଞ୍ଜିଲା ବିଶ୍ୱରେ

ସଂସ୍କୃତି ହେଲା ଉଜ୍ଜ୍ୱଳ।

 

ନୂଆ ଭାରତରେ ନୂଆ ଇତିହାସ

ଲେଖିଦେଲେ ବୈଜ୍ଞାନିକ

ଦେଖି କର୍ମ ଜ୍ଞାନ ଗର୍ବିତ କରୁଛି

ଅଟେ ଏହା ଅଲୌକିକ।

 

ସତ୍ୟତା ସବୁତ ଅମୃତ କାଳରେ

ନୂଆ ନୂଆ ଇତିହାସ

ବିଶ୍ୱ ଗୁରୁ ସ୍ୱପ୍ନ ସାକାର ହେଉଛି

ଗୌରବର ଇତିହାସ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy