Lalita Mohan Dash

Tragedy Inspirational

3  

Lalita Mohan Dash

Tragedy Inspirational

ସ୍ୱାଧୀନ ଭାରତ ସନ୍ତାନ ଆମେ

ସ୍ୱାଧୀନ ଭାରତ ସନ୍ତାନ ଆମେ

1 min
146



ସ୍ୱାଧୀନ ଭାରତ ସନ୍ତାନ ବୋଲି 

କରୁଅଛୁ ଆମେ ଗର୍ବ

ଏଇ ସ୍ୱାଧୀନତା ନଥିଲା ସହଜ

ଲାଗିଥିଲା କେତେ ବର୍ଷ l


ଗୋରା ସରକାର କବଳରେ ରହି

କାନ୍ଦୁଥିଲା ଆମ ଦେଶ

ବୀର ଦାୟାଦଙ୍କ ଅଦମ୍ୟ ଉଦ୍ୟମ

ଫୁଟାଇଲା ମୁଖେ ହସ l


ନିଜେ ଜଳି ଜଳି ରକତକୁ ଢ଼ାଳି

କଲେ ପଛେ କାରାବାସ

ଫିରିଙ୍ଗି ବିରୁଦ୍ଧେ ଲଢେଇକୁ ତାଙ୍କ

କରିଲେ ନାହିଁ ସେ ଶେଷ l


ମିଳି ମିଶି ଯାଇ ଏକତ୍ରିତ ହୋଇ

ଲଢ଼ାଇ ରଖିଲେ ଜାରି

ଶେଷରେ ବିଦେଶୀ ଛାଡ଼ି ଚାଲିଗଲେ

ହାର ମାନି ଯାଇ କରି l


ଆମେ ଚଳାଇଲୁ ଦେଶକୁ ଆମର

ଭୟ ଭୀତି ଗଲା ଦୂରେ 

ଉଡ଼ିଲା ତ୍ରିରଙ୍ଗା ଫର ଫର ହୋଇ

ସ୍ୱାଧୀନତା ମନ୍ତ୍ର ସୁରେ l


ସ୍ୱାଧୀନତା ଆମ ଲାଗେ ଫିକା ଫିକା

ଆଜିର ଏଇ ସମୟେ

ଅନ୍ୟାୟ ଅନିତୀ ବଢ଼ି ବଢ଼ି ଚାଲେ

ଭୟରେ ଛାତି ଥରାଏ l


ଆସ ଭାଇ ବନ୍ଧୁ ପ୍ରିୟ ପରିଜନ

ବୁଝିବା ଏହାର ମୂଲ୍ୟ

ଶୋଷଣ ଦୁର୍ନୀତି ମୂଳପୋଛ କରି

ଗାଇବା ଭାରତ ଜୟ l

ହଁ ଗାଇବା ଭାରତ ଜୟ l

ଜୟ ହିନ୍ଦ ଜୟ ଭାରତ 



Rate this content
Log in

Similar oriya poem from Tragedy