Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lunar Das

Romance Tragedy

3  

Lunar Das

Romance Tragedy

ଗୋଲାପି ଚିଠି

ଗୋଲାପି ଚିଠି

1 min
115



ତୁମର ମୁଠାଏ ପ୍ରେମ

ମୋ ଆଞ୍ଜୁଳା ରେ

ବଞ୍ଚିବାର ଆୟୁଷ ପରି

ଖୁବ୍ ସୂକ୍ଷ୍ମ ଆଉ ସ୍ଥିର ।

ଶେଯ ତଳେ ଥୁଆହୋଇ ଥିବା

ତୁମର ସେ ଗୋଲାପି ଚିଠି

ମୋର ପୁରା ଜୀବନ ର ଆର୍ଦ୍ରତା ।

ସିକ୍ତ ସମ୍ପର୍କ ତଳେ ଭରି ଯାଇଛି

ଆଜି ଭିଜା ଭିଜା ଅନେକ କୁହୁଡ଼ି

ସେ କୁହୁଡ଼ି କେଉଁ ଶରତ ସନ୍ଧ୍ୟା ର

ଫେରି ଯାଇଥିବା ପର୍ବ ର

ବିଗତ ସ୍ମୃତି ରେ ।

ତୁମର ଶୂନ୍ୟ ଆବେଗ

ଅହର୍ନିଶ ନିଃଶ୍ୱାସ ର ଧୂନି

ଗୁଞ୍ଜରିତ ମୋ ମାନସ ପ୍ରହରେ ।

ତୁମର ପ୍ରେମ ଠିକ୍ ତୁମ ପରି

ବାଚାଳତା ହୀନ

ଖୁବ୍ ସ୍ଥିର, ଖୁବ୍ ଗମ୍ଭୀର, ଖୁବ୍ ସତେଜ

ସୁଗନ୍ଧିତ କସ୍ତୁରୀ ର ବାସ୍ନା ପରି ମହ ମହ।

ମୋର ମୁଦି ଯାଉଥିବା ଆଖି ତଳେ

ତୁମେ ହିଁ କଳ୍ପନା

ସ୍ୱପ୍ନ ତ ସବୁ ସାଗର ବେଳାରେ

ଧୋଇ ଯାଇଥିବା ବାଲିଘର ।

ଫେରି ଯାଉଥିବା ଲହରୀ ଭିତରେ ବି

ଶବ୍ଦ ଟିଏ ଶୁଭେ ଅକାଳ ରେ

ଗୋଲାପି ଚିଠି ର ପଦିଏ ପଂକ୍ତି ରେ

ବିତି ଯାଏ ଦିନ ଭାବନା ରେ ।



Rate this content
Log in

Similar oriya poem from Romance