STORYMIRROR

Jayashree Das

Tragedy

3  

Jayashree Das

Tragedy

ବୋଉ

ବୋଉ

1 min
195

ଜନନୀ ତୁ ଗୁରୁ ଆଉ ବନ୍ଧୁ ମୋ ଜୀବନେ 

  ପାଳନ ଲାଳନ କଲୁ ତୋ ପଣତ ତଳେ..


ଶିକ୍ଷା ଦେଲୁ ବତାଇଲୁ ସଂସାର ଚଳଣି 

  ହାତ ଧରି ଚଲାଇଲୁ ଗୋଡ ମୋର ଖସିବନି ବୋଲି..


ତୋ ଆଦର୍ଶେ ଗଢ଼ା ମୋର ତନୁ ଆଉ ମନ 

  ମୋ ଦେହର କତେ ଲେଖା ତୋର ପୂଣ୍ୟ ନାମ..


ବିପଦେ ଆପଦେ ତୁହି ଅଟଳ ଅଚଳ 

ହସି ହସି ପିଇଗଲୁ ଦୁଃଖର ଗରଳ..


ଦୁଃଖ ନାହିଁ ଶୋକ ନାହିଁ ନାହିଁ ଅନୁଶୋଚନା 

  ନିର୍ମଳ ହୃଦୟ ତୋର ହୋଇ ନାହିଁ ଆନମନା..


 ସଭିଏଁ ନିଜର ତୋର କେହି ନୁହେଁ ପର 

   ସମସ୍ତଙ୍କୁ ଆପଣାଉ ହୋଇ ଆଗଭର..


ଆକାଶଠୁ ବିସ୍ତୃତ ତୋର ସ୍ନେହ ପଣତ 

  ସର୍ବଂସହା ଧରିତ୍ରୀ ତୁ ଏହା ହିଁ ତ ସତ୍ୟ..


ଅବର୍ତ୍ତମାନରେ ତୋର ଶୋକାକୁଳ ପରିବାର 

  ତୋ ପାଦେ ଆଜି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ମୋର .... 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy