STORYMIRROR

SOUBHAGYABATI GIRI

Abstract Others

3  

SOUBHAGYABATI GIRI

Abstract Others

ସମ୍ପର୍କ

ସମ୍ପର୍କ

1 min
266

ସମ୍ପର୍କକୁ ବର୍ଣ୍ଣିବାକୁ ମୋ ପାଖରେ ଶବ୍ଦ କାହିଁ ?

ସମ୍ପର୍କ ତ ବ୍ୟୋମ ପରି ପରିବ୍ୟାପ୍ତ,

ସେ ଶବ୍ଦର କି ବର୍ଣ୍ଣନା କରାଯିବ

କେତେଟା ହାତଗଣତି ଶବ୍ଦର ସାହାଯ୍ୟରେ ?

ସମ୍ପର୍କ.....

ସେ ତ ଗଭୀରରେ ଗଭୀରତମ,

ବହୁମୂଲ୍ୟଠାରୁ ମୂଲ୍ୟବାନ୍,

ଦୁର୍ମୂଲ୍ୟ ଠାରୁ ଦୁର୍ଲଭ। 

ସମ୍ପର୍କ କେତେବେଳେ ରକ୍ତର,

କେବେ ପ୍ରେମର, ଅବା କେବେ ଭାବର ଓ ଭକ୍ତିର।

କୁଆଁକୁଆଁ ଶବ୍ଦରୁ ଆରମ୍ଭ ହୁଏ ସମ୍ପର୍କ,

ସରେ ମଶାଣି ଜୁଇରେ।

ଆଉ କିଛି ସମ୍ପର୍କ ତ ମଶାଣି ଜୁଇରେ ବି ସରେନି,

ଗୋଡେଇ ଯାଏ ସାତଜନ୍ମ ଯାଏ।

ଜନ୍ମ ହେଉହେଉ ରକ୍ତର ସମ୍ପର୍କ ଯୋଡିହୁଏ ପରିବାର ସହିତ,

ପିତାମାତାଙ୍କ ସହିତ ପୁତ୍ରକନ୍ୟାଙ୍କର ନିସ୍ୱାର୍ଥ ସମ୍ପର୍କ ଯୋଡିହୁଏ, 

ଭାଇଭଉଣୀର ପବିତ୍ର ସମ୍ପର୍କ ତ ଅବର୍ଣ୍ଣନୀୟ।

ବିନା ରକ୍ତର ସମ୍ପର୍କ ଯୋଡିହୁଏ ସମାଜ ସହିତ,

ପୁଣି ସାଥୀ ସହୋଦରଙ୍କ ସହିତ,

ବିଦ୍ୟାଳୟରେ ପୁଣି ଗୁରୁଶିଷ୍ୟଙ୍କ ସମ୍ପର୍କ,

ସହପାଠୀଙ୍କଠୁ ଆରମ୍ଭ ହେଇ

ସହକର୍ମୀଙ୍କ ପାଖରେ ସରେ କିଛି ସମ୍ପର୍କ,

କେବେ ପ୍ରେମର ସମ୍ପର୍କ,

ପୁଣି ଜୀବନସାଥୀ ସହ ସାତଜନ୍ମର ସମ୍ପର୍କ।

ଆଉ ସବୁ ସମ୍ପର୍କଠୁ ଉର୍ଦ୍ଧ୍ୱରେ ଥାଏ ଭାବର ସମ୍ପର୍କ 

ଯାହା ଭଗବାନ୍ ଆଉ ଭକ୍ତର ସମ୍ପର୍କ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract