STORYMIRROR

SOUBHAGYABATI GIRI

Drama Inspirational Children

3  

SOUBHAGYABATI GIRI

Drama Inspirational Children

ବିଦ୍ୟାଳୟ

ବିଦ୍ୟାଳୟ

1 min
279

ମୋର ତ ମନେ ନାହିଁ,

କେବେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ଲେଖି

ବିଦ୍ୟାରମ୍ଭ କରିଥିଲି,

କେବେ ଅକ୍ଷର ଶିଖିଥିଲି,

କେବେ ଗାଁ ବିଦ୍ୟାଳୟରେ ପାଦ ଥାପିଥିଲି,

ଗୁରୁଶିଷ୍ୟର ପବିତ୍ର ବନ୍ଧନରେ ବାନ୍ଧି ହେଇଥିଲି,

କେବେ ପୁଣି ବିଦ୍ୟାଳୟରେ

ଗୁରୁଜୀ ଗୁରୁମା'ଙ୍କ ଠାରୁ ବେତ ପାହାର ଖାଇ

ପାଠ ମନେ ରଖିଥିଲି ।

ସାଙ୍ଗସାଥୀ ମେଳରେ

ବିଦ୍ୟାଳୟ ପଡିଆରେ

ଲୁଚକାଳି, ବୋହୂଚୋରୀ ଅବା ରୁମାଲଚୋରୀ ଖେଳି

ଧୂଳିଧୂସର ହେଇ ଘରକୁ ଫେରୁଥିଲି ।

ମନେ ନାହିଁ କେବେ ବିଦ୍ୟାଳୟରୁ

ମହାବିଦ୍ୟାଳୟ ବାଟ ଦେଇ

ବିଶ୍ୱବିଦ୍ୟାଳୟରେ ପାଦ ଦେଲି ।

ଏବେ ପୁଣି ସେଇ ବିଦ୍ୟାଳୟକୁ ଫେରିଛି,

ଗୁରୁ ଭୂମିକାରେ ଅବତୀର୍ଣ୍ଣ ହୋଇଛି,

ଛାତ୍ରଛାତ୍ରୀଙ୍କ ହାତ ଧରି

ପୁଣି ସେଇ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ଶିଖାଉଛି,

ଗୁରୁଶିଷ୍ଯ ଭଳି ଗୋଟେ ଅତି ପବିତ୍ର ସମ୍ପର୍କର

ପବିତ୍ରତା ମାପିବାକୁ ଚେଷ୍ଟା କରୁଛି ।

ଅତୀତର ସବୁ ସ୍ମୃତି ଆଖି ଆଗରେ ନାଚିଉଠୁଛି,

ସେଦିନର ବିଦ୍ୟାଗ୍ରହଣ ଓ ଆଜିର ବିଦ୍ୟାଦାନ

ଭିତରେ ବାନ୍ଧି ହୋଇଯାଇଛି ମୋ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama