STORYMIRROR

Tapaswini Sarangi

Abstract Drama Romance

4  

Tapaswini Sarangi

Abstract Drama Romance

ତୁ ମୋ ଡାଏରିର ଅଧା ଲେଖା କାହାଣୀ

ତୁ ମୋ ଡାଏରିର ଅଧା ଲେଖା କାହାଣୀ

1 min
355


 ଶୀତରେ କରିଲି     ପ୍ରେମ ମୁଁ ଆରମ୍ଭ

    ବର୍ଷାରେ କାନ୍ଦୁଛି ଆଜି

ରୋକି ପାରିଲିନି     ଲୁହର ଧାରାକୁ

     ଜାଡ଼ ମାଟି ଗଲା ଭିଜି।


ଦେଇଥିଲି ପାଦ    ପ୍ରେମର ରାସ୍ତାରେ

    କେତେ ଆଶା ଭରସା ରେ

ପ୍ରତିଟି ସ୍ପନ୍ଦନେ    ଅନୁଭବେ ତୁମେ

     ଅଛ ମୋର ନିଃଶ୍ୱାସରେ।


ନିଶ୍ୱାସେ ରହିଲ  ବିଶ୍ଵାସ ଭାଙ୍ଗିଲ

     ଭଗ୍ନ କୋଣାର୍କ ସଜେଇ

ଡାଏରୀ ରେ ନିତି  ଲେଖୁଥିଲି ଗୀତି

    ତୁ କାହ୍ନୁ ମୁଁ ତୋ ରାଇ।


ତୁମେ ମୋ ସପନ  ତୁମେ ମୋ ଜୀବନ

    ମିଛ ଦଉଥିଲ କହି

ତୁମ ବିନା ସାଥି   କେମିତି ପୀରତି

    ଜୀବନ ମୋ ଯାଉ ନାହିଁ।


ମୋ କାହାଣୀ ସବୁ   ତୁମ ପାଖେ ବନ୍ଧା

    ଖୋଲିବ ସେ ଗ୍ରନ୍ଥ ତୁମେ

ପ୍ରତିଟି କାହାଣୀ   ଅପୂର୍ଣ୍ଣ ରହିଲା

    ଧୋକା ଦେଲ ଯେବେ ତୁମେ।


ଭାବିଥିଲି ମୁଁ ଯେ   ମୋ ଲେଖନୀରେ

     ତୁ ରାଜା ମୁ ମୁଁ ତୋ ରାଣୀ

ଭୁଲଥିଲି ସତେ   ତୁ ମୋ ଡାଏରୀରେ

     ଅଧା ଲେଖା କାହାଣୀ।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract