ଦିଅ ମତେ ପ୍ରତ୍ୟୁତ୍ତର
ଦିଅ ମତେ ପ୍ରତ୍ୟୁତ୍ତର
ଖୋଜୁଛି ହେ ସାଥି ତୁମକୁ ମୁଁ ନିତି
ମୋ ହୃଦୟ ଦଗ୍ଧ ଅରଣ୍ୟରେ
ପ୍ରତିଧ୍ବନି ଖାଲି ଶୁଭୁଥାଏ ମୋର
ବିବେକର କ୍ରନ୍ଦନରେ।
ସାଇତି ରଖିଥିଲି ତୁମକୁ
ହୃଦୟର ଅନ୍ତ କୋଠରୀ ରେ
ସମର୍ପି ଥିଲି ମୁଁ ତୁମକୁ
ଜୀବନ ମୋ ପ୍ରତିଥରେ।
ଅନଳ ଲାଗି ମୋ ହୃଦକୋଠରୀ ତ
ହେଲା ପାଉଁଶ ମାତର
ଆଜିବି ବର୍ତ୍ତିଛି ତୁମର ସେ ସ୍ମୃତି
ଆଖି ପଲକରେ ମୋର।
ଦଗ୍ଧତା ସିନା ଦେଲା ଏ କଷଣ
କରିପାରିଲାନି ପର
କିଲବିଲ କରି ଜାଳେ ତୁମସ୍ମୃତି
ମତେ ପ୍ରତିମୁହୂର୍ତ୍ତର।
ସ୍ମୃତି କି ସେ ନିଆଁ କରିଲାକିମିଆ
ଜଳାଇଲା ମୋ ଅନ୍ତର
ପାଉନାହିଁ ଖୋଜି ଖୋଜି ମୁଁ ତୁମକୁ
ଦିଅ ମୋତେ ପ୍ରତ୍ୟୁତ୍ତର।