STORYMIRROR

Tapaswini Sarangi

Drama Romance Tragedy

4  

Tapaswini Sarangi

Drama Romance Tragedy

ଦିଅ ମତେ ପ୍ରତ୍ୟୁତ୍ତର

ଦିଅ ମତେ ପ୍ରତ୍ୟୁତ୍ତର

1 min
242


ଖୋଜୁଛି ହେ ସାଥି ତୁମକୁ ମୁଁ ନିତି

ମୋ ହୃଦୟ ଦଗ୍ଧ ଅରଣ୍ୟରେ

ପ୍ରତିଧ୍ବନି ଖାଲି ଶୁଭୁଥାଏ ମୋର

ବିବେକର କ୍ରନ୍ଦନରେ।


ସାଇତି ରଖିଥିଲି ତୁମକୁ

ହୃଦୟର ଅନ୍ତ କୋଠରୀ ରେ

ସମର୍ପି ଥିଲି ମୁଁ ତୁମକୁ

ଜୀବନ ମୋ ପ୍ରତିଥରେ।


ଅନଳ ଲାଗି ମୋ ହୃଦକୋଠରୀ ତ

ହେଲା ପାଉଁଶ ମାତର

ଆଜିବି ବର୍ତ୍ତିଛି ତୁମର ସେ ସ୍ମୃତି

ଆଖି ପଲକରେ ମୋର।


ଦଗ୍ଧତା ସିନା ଦେଲା ଏ କଷଣ

କରିପାରିଲାନି ପର

କିଲବିଲ କରି ଜାଳେ ତୁମସ୍ମୃତି

ମତେ ପ୍ରତିମୁହୂର୍ତ୍ତର।


ସ୍ମୃତି କି ସେ ନିଆଁ କରିଲାକିମିଆ

ଜଳାଇଲା ମୋ ଅନ୍ତର

ପାଉନାହିଁ ଖୋଜି ଖୋଜି ମୁଁ ତୁମକୁ

 ଦିଅ ମୋତେ ପ୍ରତ୍ୟୁତ୍ତର।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama