STORYMIRROR

Tapaswini Sarangi

Drama Fantasy Inspirational

3  

Tapaswini Sarangi

Drama Fantasy Inspirational

ଅଧିକାର

ଅଧିକାର

1 min
202


ତୋପାଇଁ ବାନ୍ଧିଛି ପାଦରେ ଘୁଙ୍ଗୁର ତୋ ପାଇଁ ଆଖିରେ କଳା

ଜୀବନ ଯୌବନ ସମର୍ପି ଦେଇଛି ଆରେ ମୋ ହୃଦ ପିଣ୍ଡୁଳା

କିଶୋରୀ କାଳରୁ ପରିଣତ ଯାଏ ପିନ୍ଧିଛି ତୋ ସିନ୍ଦୁର

ନାଟ ମନ୍ଦିରରେ ଦେବଦାସୀ ମୁହିଁ ଦେ ପ୍ରେମେ ଅଧିକାର।।

ସରଜୀବନର ସମ୍ବଳ ତୁ ମୋର ତୋପାଇଁ ଝୁରେ ଅନ୍ତର

ରାଧା ମୀରା ସମ ହୋଇକି ପାରିବି ମୁଁ ତ ଛାର ମାତର

ପତି ରୂପେ ତତେ ସ୍ୱୀକାର କରିଛି ଜାଣୁ ତୁ କଳା ଠାକୁର

ଜନ୍ମ ଜନ୍ମାନ୍ତରେ ତୋ ସେବାରେ ଲାଗେ ଦେ ଟିକେ ଅଧିକାର।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama