STORYMIRROR

Tapaswini Sarangi

Abstract Children Stories Inspirational

3  

Tapaswini Sarangi

Abstract Children Stories Inspirational

ବାପୁଜୀ

ବାପୁଜୀ

1 min
268


ସରଳ ସାବଲୀଳ ଜୀବନ ବିତାଇ ଦେଇଛ ମହାନ ଶିକ୍ଷା

ଅହିଂସା, ସତ୍ୟ ଧର୍ମ ପାଳନର ନେଇଥିଲ ତୁମେ ଦୀକ୍ଷା।।

ଜୀବନ ସଂଗ୍ରାମେ ଖଦି ଲୁଗା ଖଣ୍ଡେ ହାତ ବାଡ଼ି ତୁମ ଥିଲା ସମ୍ବଳ

ଅହିଂସା ଠେଙ୍ଗା ରେ ପ୍ରହାର କରିଲ ବ୍ରିଟିଶ ରାଜୁତି ହେଲା ଦୁର୍ବଳ।।

ରାମ ରାଜ୍ୟ ତୁମେ ଗଢ଼ିବ ବୋଲିହେ କରିଥିଲ ଦୃଢ଼ ପଣ

ଅଧା ରହିଗଲା ଜାଣ ତୁମେ ବାପୁ ତୁମ ରାମରାଜ୍ୟ ସ୍ୱପ୍ନ।।

ସାବରମତୀ ର ସଂଥ ତୁମେ ଗୋ ଆମ ଜାତିର ପିତା

ମୌଳିକ ଶିକ୍ଷା କୁ ପ୍ରବର୍ତ୍ତାଇ ତୁମେ ଟେକି ଦେଲ ଆମ ମଥା।।

ଶତ ପ୍ରଣାମ ହେ ବାପୁଜୀ ତୁମକୁ ଧନ୍ୟ ଧନ୍ୟ ତୁମ ନୀତି

ସାରା ପୃଥିବୀଟା ଗାଉଅଛି ଦେଖ ଆଜି ତୁମରି ଗୀତି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract