STORYMIRROR

Tapaswini Sarangi

Abstract Drama Romance

4  

Tapaswini Sarangi

Abstract Drama Romance

ମନେ ପଡ଼ ତୁମେ

ମନେ ପଡ଼ ତୁମେ

1 min
221


ମନେପଡ଼ ତୁମେ  ଅଦ୍ୟ ସାୟାହ୍ନ ରେ

   ଗୋଧୂଳି କିରଣ ତଳେ

ପାଇବାକୁ ତୁମ  ସଂସ୍ପର୍ଶ କାହିଁ

   ମୋର ଏ ହୃଦୟ ଜଳେ।


ରାଜନୀଗନ୍ଧାର  ବାସ ଏ ତ ଥାଏ

    ବନ୍ଦୀ ରାତ୍ରିକ ପାଇଁ

ଏତେ କୋମଳ ସେ ସହିପାରେ ନାହିଁ

   ତାପ କ୍ଷଣିକ ପାଇଁ।


ଏଇତ ଜୀବନ  ବୁଝାମଣା ସାଥି

    ଶକ୍ତ ଯେ ଶିଳା ପରି

ଭେଦ ଥାଉ ପଛେ ନ ଦେଖିବ ତୁମେ

    ସିକ୍ତ ନୟନ ଭରି।


ଏଇତ ଶରୀର  ନଷ୍ଟ ହେବ ଦିନେ

   ଶ୍ବାନ ଶୃଗାଳ ମେଳରେ

କରନାହିଁ ପାପ  ହେବ ଅନୁତାପ

   ଶେଷେ ଯେ ବୃଦ୍ଧ କାଳରେ।


ପ୍ରକୃତି ଦତ୍ତ     ଦ୍ରବ୍ୟ କୁ ଯଦି

    କର ତୁମେ ଅପଚୟ

ପ୍ରକୃତି ତାକୁ    ଛିନ୍ନକରିନିଏ

   ଜାଣୁ ତୁମ ଏ ହୃଦୟ।


ଦୀପ ପରି ଜଳି  ବାକୁ ଆଜି ତୁମେ

    ଭାବିଲ କେମିତି ତ୍ୟାଗ

ସ୍ୱାର୍ଥ ନଥାଇ ବି  ସ୍ୱାର୍ଥପର ହେଲି

      ଏଇ ଆଜି ଆମ ଭାଗ୍ୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract