ମନେ ପଡ଼ ତୁମେ
ମନେ ପଡ଼ ତୁମେ
ମନେପଡ଼ ତୁମେ ଅଦ୍ୟ ସାୟାହ୍ନ ରେ
ଗୋଧୂଳି କିରଣ ତଳେ
ପାଇବାକୁ ତୁମ ସଂସ୍ପର୍ଶ କାହିଁ
ମୋର ଏ ହୃଦୟ ଜଳେ।
ରାଜନୀଗନ୍ଧାର ବାସ ଏ ତ ଥାଏ
ବନ୍ଦୀ ରାତ୍ରିକ ପାଇଁ
ଏତେ କୋମଳ ସେ ସହିପାରେ ନାହିଁ
ତାପ କ୍ଷଣିକ ପାଇଁ।
ଏଇତ ଜୀବନ ବୁଝାମଣା ସାଥି
ଶକ୍ତ ଯେ ଶିଳା ପରି
ଭେଦ ଥାଉ ପଛେ ନ ଦେଖିବ ତୁମେ
ସିକ୍ତ ନୟନ ଭରି।
ଏଇତ ଶରୀର &nb
sp;ନଷ୍ଟ ହେବ ଦିନେ
ଶ୍ବାନ ଶୃଗାଳ ମେଳରେ
କରନାହିଁ ପାପ ହେବ ଅନୁତାପ
ଶେଷେ ଯେ ବୃଦ୍ଧ କାଳରେ।
ପ୍ରକୃତି ଦତ୍ତ ଦ୍ରବ୍ୟ କୁ ଯଦି
କର ତୁମେ ଅପଚୟ
ପ୍ରକୃତି ତାକୁ ଛିନ୍ନକରିନିଏ
ଜାଣୁ ତୁମ ଏ ହୃଦୟ।
ଦୀପ ପରି ଜଳି ବାକୁ ଆଜି ତୁମେ
ଭାବିଲ କେମିତି ତ୍ୟାଗ
ସ୍ୱାର୍ଥ ନଥାଇ ବି ସ୍ୱାର୍ଥପର ହେଲି
ଏଇ ଆଜି ଆମ ଭାଗ୍ୟ।