STORYMIRROR

Tapaswini Sarangi

Abstract Drama Romance

4  

Tapaswini Sarangi

Abstract Drama Romance

ଶେଷ ଚିଠି

ଶେଷ ଚିଠି

1 min
251


ଝରୁଥାଉ ପଛେ ନୟନୁ ଅଶ୍ରୁ ମୋର

ତୁମ ଓଠେ ସଦା ଥାଉ ସ୍ନିଗ୍ଧ ହସର ଗାର

ମରିଯାଉ ପଛେ ମୋର ଆଶା ଅସୁମାରୀ

ତୁମ ସ୍ବପ୍ନ ପୂର୍ଣ ହେଉ ଶତ ସତ ଭରି।


ରାସ୍ତା ମୋର ହେଉ ପଛେ ଅନ୍ଧାରର ପଥ

ତୁମ ଚଲା ବାଟ ହେଉ ବହୁ ଆଲୋକିତ

କ୍ରୋଧରେ ଜର୍ଜିତ କ୍ରୁର ଭାଷା ମୋର

ତୁମ ହୃଦୟକୁ ହାଣେ

ତୁମେ ସୁଭାଷ ଗୋ ସୁମଧୁର ଭାଷ 

କ୍ଷମା କରିଦେବ ଜାଣେ।


ଥାଅ ତୁମେ ଅତି ହସ ଉଲ୍ଲାସରେ

ନିଜ ପ୍ରିୟ ଜନ ପାଶେ

ବିତୁ ତୁମ ଦିନ ଅତି ଆଡମ୍ବରେ

ବିଶ୍ୱାସ ଥାଉ ନି8ଶ୍ୱାସେ।


ତୁମ ପ୍ରାଣ ପୀଡା ଅଶ୍ରୁ ତୁମର

ଅନଳ ର ରୂପ ନେଇ

କରୁଛି ତାଣ୍ଡବ ନୃତ୍ୟ ଅଭିନବ

ହୃଦୟରେ ମୋର ରହି।


ତଥାପି ପ୍ରତୀକ୍ଷା କରିଛି ତୁମକୁ

ମୋ ସମାଧି ମହିପରେ

ଝଙ୍କାରିତ ହେଉ ସମାଧିର ଶିଳା

ପଦରଜ ପଡୁ ବାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract