STORYMIRROR

Mamatamanjari Das

Abstract Others

3  

Mamatamanjari Das

Abstract Others

ସଂସାର ହାଟ

ସଂସାର ହାଟ

1 min
227


ହାଟର ସଉଦା କରୁଛି ମୁ ଏଠି

ମହଣ ମହଣ ଦୁଃଖ କୁ ବହି 

ସୁଖ ମହରଗ ଦୁଃଖ ମୋ ଭବ୍ୟ

ଚାଲିଛି ସଂସାର ଜଞ୍ଜାଳ ସହି 

ଆଞ୍ଜୁଳା ଆଞ୍ଜୁଳା ସପନ ସାଉଁଟି

ସଂସାର ହାଟରେ ଚାଲୁଛି ବାଟ

ସୁଖକୁ ବାଣ୍ଟୁଛି ଦୁଃଖ ସାଉଁଟୁଛି

ଭରି ଦେଇଛି ମୁଁ ହୃଦୟ-ପାତ୍ରେ,

             

ବାସ୍ତବତାକୁ ରୂପ ଦେବାପାଇଁ

 ଯୁଝୁଛି ସଂସାରେ ମୁଁ ଅହରହ

 ପ୍ରତି ପଦ ପାତେ ଫୁଟୁଛି ପାଦ

 ତଥାପି କରିନି କେବେ ଆର୍ତ୍ତନାଦ

 ଏଯାଏଁ ସରିନି ହାଟର ସଉଦା

  ଆଗକୁ ରହିଛି ଅନେକ ବାକି

 ମରିଯାଇନାହିଁ ଆଖିରୁ ମୋ ସ୍ୱପ୍ନ

 ବହୁଦୂର ଆଉ ରହିଛି ବାକି l

              

ଟଳମଳ ପାଦ ଏପଟ ସେପଟ

ତଥାପି ପଡିନି କେବେବି ଥକି

ବିଚିତ୍ର ପରା ଏ ହାଟର ସଉଦା

ଏଠି ସୁଖ କମ୍ କୁ ଦୁଃଖ ଟା ବେଶୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract