ସଂସାର ହାଟ
ସଂସାର ହାଟ
ହାଟର ସଉଦା କରୁଛି ମୁ ଏଠି
ମହଣ ମହଣ ଦୁଃଖ କୁ ବହି
ସୁଖ ମହରଗ ଦୁଃଖ ମୋ ଭବ୍ୟ
ଚାଲିଛି ସଂସାର ଜଞ୍ଜାଳ ସହି
ଆଞ୍ଜୁଳା ଆଞ୍ଜୁଳା ସପନ ସାଉଁଟି
ସଂସାର ହାଟରେ ଚାଲୁଛି ବାଟ
ସୁଖକୁ ବାଣ୍ଟୁଛି ଦୁଃଖ ସାଉଁଟୁଛି
ଭରି ଦେଇଛି ମୁଁ ହୃଦୟ-ପାତ୍ରେ,
ବାସ୍ତବତାକୁ ରୂପ ଦେବାପାଇଁ
ଯୁଝୁଛି ସଂସାରେ ମୁଁ ଅହରହ
ପ୍ରତି ପଦ ପାତେ ଫୁଟୁଛି ପାଦ
ତଥାପି କରିନି କେବେ ଆର୍ତ୍ତନାଦ
ଏଯାଏଁ ସରିନି ହାଟର ସଉଦା
ଆଗକୁ ରହିଛି ଅନେକ ବାକି
ମରିଯାଇନାହିଁ ଆଖିରୁ ମୋ ସ୍ୱପ୍ନ
ବହୁଦୂର ଆଉ ରହିଛି ବାକି l
ଟଳମଳ ପାଦ ଏପଟ ସେପଟ
ତଥାପି ପଡିନି କେବେବି ଥକି
ବିଚିତ୍ର ପରା ଏ ହାଟର ସଉଦା
ଏଠି ସୁଖ କମ୍ କୁ ଦୁଃଖ ଟା ବେଶୀ।
