STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ନାରୀ

ନାରୀ

1 min
197


ଶକ୍ତିରୂପା ପରା ନାରୀ


ଧର୍ଯ୍ୟ ଶକ୍ତି ସେହୁ ଅଛି ଟି ଧରି(ଘୋଷ)


ସବୁକ୍ଷେତ୍ରେ ଛନ୍ତିଭରି..ବାହଃ (ଘୋଷ)


ପୁରୁଷର ବରାବରୀ।


ଶକ୍ତିରୂପା ପରା ନାରୀ........


ପତ୍ନୀ ରୂପ ଅଟେ ତାର


ପୁଣିସେ ଝିଅ ଆମର


ଜେଜେମା ହୁଏ ଗୃହର......ବାହଃ


ଦଶ ମାସ ଗର୍ଭେ ଶିଶୁ ତାହାରି


ଶକ୍ତିରୂପା ପରା ନାରୀ।


ଧରି ଥାଏ ଶିଶୁ ଗର୍ଭେ


ଦାମ୍ପତ୍ୟ ସଫଳ ଭାବେ


ସାର୍ଥକ ଜୀବନ ଏବେ.........ବାହଃ


ତ୍ୟାଗ ମୂର୍ତ୍ତି ପତିବ୍ରତକୁ ଧରି


ଶକ୍ତିରୂପା ପରା ନାରୀ।


ସମାଜ ନିର୍ମାଣେ ନାରୀ


ତ୍ୟାଗ ପ୍ରତିମୂର୍ତ୍ତି ପରି


ଦାୟିତ୍ୱ ହସ୍ତରେ ଧରି ବାହଃ


କର୍ମଧର୍ମସେବା ମନରେ ଭରି


ଶକ୍ତିରୂପା ପରା ନାରୀ।


ରାକ୍ଷୀବାନ୍ଧେ ଭାଇହସ୍ତେ


ରହି ଆନନ୍ଦିତ ଚିତେ


ଭାଇ ମଙ୍ଗଳ ନିମନ୍ତେ ବାହଃ


ଭଉଣୀର ରୂପ ଧାରଣା କରି


ଶକ୍ତିରୂପା ପରା ନାରୀ।


ଝିଅ ରୂପ ଧରି ନାରୀ


ଶିକ୍ଷାକୁ ଅର୍ଜନ କରି


ରାଷ୍ଟ୍ରକୁ ଗୌରବେ ଭରି


ସଶକ୍ତିକରଣ କାରି..........ବାହଃ


ନୂଆ ଭାରତର ନୂଆ ପ୍ରହରୀ


ଶକ୍ତିରୂପା ପରା ନାରୀ।


ଜେଜେମା ରୂପ ତାହାର


ସଂସ୍କାର ଦିଏ ଗୃହର


ସମଭାବ ମନ୍ତ୍ର ତାହାର.......ବାହଃ


ଜ୍ଞାନ ବିଜ୍ଞାନ ଦିଏ ଶିକ୍ଷା ଭରି


ଶକ୍ତିରୂପା ପରା ନାରୀ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract