ନାରୀ
ନାରୀ
ହେ ନାରୀ !
ତୁମେ ମାଆ ହୋଇ ଉଭା
ଏ ଧର୍ମର ଦାଣ୍ଡରେ
ଭକ୍ତି,ଶାନ୍ତି ଓ ପ୍ରୀତିର
ଗୋଟେ ପ୍ରତିମୂର୍ତ୍ତୀ ଜୀବନ୍ତ କୁହୁକ
ତେଣୁ ଶ୍ରଦ୍ଧାକୁ ଗ୍ରହଣ କରନ୍ତୁ।
ତୁମେ ପତ୍ନୀ ରୂପେ ଉଭା
ଏ ସଂସାର ଜାଲରେ
ଅପରୂପା ସୌନ୍ଦର୍ଯ୍ଯ ହାଟରେ
ଆକ୍ତାମାକ୍ତା ଭବିଷ୍ଯତ ଗଢି଼ବା ନିଶାରେ
ତେଣୁ ମର୍ଯ୍ଯାଦାକୁ ଗ୍ରହଣ କରନ୍ତୁ।
ମୁଁ ତ ଗୋଟେ ଅପାରଗ ମଣିଷ
ଯିଏ ମାଆ କି ପତ୍ନୀ ରୂପରେ
ପାଇବା ହିଁ ସାତ ସପନ
ଗୋଟେ କ୍ଳୀବତାର ପ୍ରତୀକ ରୂପରେ
ଭିନ୍ନ ଏକ ଭାଷା ଭିନ୍ନ ଆମନ୍ତ୍ରଣ
ଫୁଟିଉଠେ ନଗ୍ନତାର ଛବି
ଯେମିତି ରାବଣ,କଂସ ଓ ମହିଷା ଅସୁର।
ହେ ନାରୀ !
ଯଦି ତୁମେ ଭଉଣୀ ରୂପରେ
ସାରା ଜୀବନ ଜଳାଞ୍ଜଳି ଦିଅ
ତେବେ ଏ ନୀଚ୍ଚତାର ସ୍ନେହକୁ ଗ୍ରହଣ କରନ୍ତୁ।
ଯଦି ତ କନ୍ଯା
ଏ ମହୀର ବହିରେ
ତେବେ ଗର୍ବ କରୁଛି
ପ୍ରତିକ୍ଷଣ ହୃଦୟରେ ଧରି।
କିନ୍ତୁ ଭଉଣୀ କି ଝିଅ ପରି
ମୋଟେ ସ୍ପୃହା ହିଁ ଜଣାଯାଉ ନାହିଁ
ତଥାପି କେମିତି ସମ୍ମାନ ଦେବି
ମୋ' ଇଛା ବିରୁଦ୍ଧରେ
ପ୍ରେମର ବୁରୁଜ ବୁଣିବି ନା
ଏ ଅପାରଗ ମିଥ୍ଯା କୁହୁକରେ
ଫସାଇ ମାରିବି?
ଏ କଥା ଶୁଣି ନାରୀଟି ହସିଲା
କହିଲା ତୁମେ ଯାହା ବି ଭାବ
ପୁରୁଷ ତ ନିଶ୍ଚୟ
ଭାବ ଓ ଭାଷାର
ମାର୍ଜିତ ହେବ ତ ଭାବିବ
ଆଉ ପାଇଯିବ ଆକାଶେ ଆଲୁଅ ଆକାଶେ କୁସୁମ
ଯେମିତି ମାଆ,ପତ୍ନୀ,ଭଉଣୀ ଅଥବା ଝିଅ
ନତୁବା ଚାରା ଅଛି କି,କୁହ?
ମିଥ୍ଯାର ଏ କୁହୁକ ଜାଲରେ।
