STORYMIRROR

Santosh Pattnayak

Abstract Inspirational Others

3  

Santosh Pattnayak

Abstract Inspirational Others

ଜୀବନ

ଜୀବନ

1 min
153


ଜନମ ମରଣ ମଝିରେ ଜୀବନ

   ସୁଖ-ଦୁଃଖ ଚିର ସାଥୀ

ଜୀବିକା ନିର୍ବାହେ ଦିନ ସରିଯାଏ

    ସଙ୍ଘର୍ଷ କରି ନିଇତି

    ଥିଲେ କରମ ଶକତି 

ସମାଜ କରିବ ସ୍ଥିତ ଗୁଣଗାନ

   ଜୀବନ ଲଭିବ ମୁକ୍ତି .....


ସଂସାର ସଉଦା ମାନ ଅଭିମାନ 

   ଆଶା ଭରଷାର ଛାଇ 

ସପନ ସଉଧ ଗଢୁଥିବ କେତେ 

    ବିଶ୍ୱାସ ସମ୍ପର୍କ ନେଇ 

   ଶେଷେ ଗଢା ହବ ଜୁଇ 

ଜୀବନର ଏଇ ନିଚ୍ଛକ ସତ୍ୟଟା 

   ଚିନ୍ତନରେ ଥାଉ ରହି ....


ସ୍ନେହ ଶ୍ରଦ୍ଧା ପ୍ରେମ ପରଶି ଜାଣିଲେ

    ରହିଯିବ କେତେ ସ୍ମୃତି

ଦୟା କ୍ଷମା ଗୁଣ ରହିଲେ ଜୀବନେ

    ଅରଜିବା ଯଶକୀର୍ତ୍ତି 

   ବିଭୁପଦେ ଥାଉ ମତ୍ତି 

ସମର୍ପଣେ ମନ ବୃନ୍ଦାବନ ହେଉ 

   ଆତ୍ମାଟା ପାଇବ ଶାନ୍ତି ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract