STORYMIRROR

Prasanna Rana

Abstract

3  

Prasanna Rana

Abstract

ଝରକା ସେ ପାଖରେ

ଝରକା ସେ ପାଖରେ

1 min
198

ଝରକା ସେପାଖେ ଦେଖିଛି ଶୈଶବ

ଧୂଳି ଧୂସରିତ ଦେହେ,

ପଲିଥିନ୍ ସାଉଣ୍ଟି କଅଁଳ କାନ୍ଧରେ

ଜଞ୍ଜାଳ ବୋଝକୁ ବୋହେ।

ଝରକା ସେପାଖେ ଦେଖିଛି କୈଶୋର

ନୁଖୁରା ମୁଣ୍ଡିଆ ହେଇ,

ଭଙ୍ଗା ଚାଳ ତଲେ ଅସୁମାରି ସପ୍ନ

ଦେଖିବାକୁ ରାତି କାହିଁ ?

ଝରକା ସେପାଖେ ଦେଖିଛି ଯୌବନ

ନିକମା ହୋଇଣ ବୁଲେ,

ରାଜନୀତି ପଶାପାଳେ ଛନ୍ଦି ହୋଇ

ଦାଦନ ଜୁଇରେ ଜଳେ।

ଝରକା ସେପାଖେ ଦେଖିଛି ପ୍ରୌଢ଼ତ୍ୱ

ଗଧ ଖଟଣି କି ଖଟେ !

ଝରକା ସେପାଖେ ଦେଖିଛି ବାର୍ଦ୍ଧକ୍ୟ

ଜରାଶ୍ରମେ ଦିନ କାଟେ।

ଝରକା ସେପାଖେ ଦେଖନ୍ତି କି ସତେ

ଶୈଶବର ଚପଳତା,

ଯୁବା ମାଦକତା, ପ୍ରୌଢ଼ର ପୂର୍ଣ୍ଣତା,

ବାର୍ଦ୍ଧକ୍ୟର ନୀରୋଗତା !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract