STORYMIRROR

Prasanna Rana

Abstract Comedy

3  

Prasanna Rana

Abstract Comedy

ଯୌତୁକ କିଣି ନେଲା ରେ...

ଯୌତୁକ କିଣି ନେଲା ରେ...

1 min
8

ଯୌତୁକ କିଣି ନେଲା ରେ ପୁଅକୁ ମୋର

ଛଡ଼େଇ ନେଲା ମୋଠାରୁ ମୋ ଅଧିକାର

ଶୁଣିଲାନି କଥା ମୋର

ଧରି ପଣତକାନି ତା'ର

ପୁଅ, ଗଲା ଶାଶୁଘର

ବାପଘର ନୁହେଁ ନିଜ ଘର

ଶାଶୁଘର ତା'ର ସ୍ୱର୍ଗପୁର ।

କାଲି ପରି ଲାଗିଛି ରେ ତୁ କେଲିବାଡ଼ି ଖେଳୁଥିଲୁ

ଆଜି ଆମକୁ କନ୍ଦେଇ ଦେଇ ଘରଜୋଇଁ ଚାଲିଗଲୁ

ତୋ ଜନମରୁ ଜାଣିଛି ରେ ତୁ ଥିଲୁ ଗେହ୍ଲା ହୋଇ ମୋର

ଆଜି ବଞ୍ଝା କରିଦେଇ ମତେ ଚାଲିଗଲୁ ଶାଶୁଘର

ଆଖିରେ ଯେତେ ସପନ ଥିଲି ସାଇତି

ସେ ସପନେ ଝୁରିହୋଇ ମରିବି ନିତି

କରି ଭାଗ ଘରଦ୍ୱାର

ଧରି ପଣତକାନି ତା'ର

ପୁଅ, ଗଲା ଶାଶୁଘର

ବାପଘର ନୁହେଁ ନିଜ ଘର

ଶାଶୁଘର ତା'ର ସ୍ୱର୍ଗପୁର ।

ବାପା ବାପା ବୋଲି ଆଜି ଡାକୁ ତୋର ଶ୍ୱଶୁରକୁ

ମାଆଁ ମାଆଁ ବୋଲି ଆଜି ଶାଶୁକୁ ତୋହର ଡାକୁ

ବାଳୁତ କାଳରୁ ତୁହିଁ ଦେଖିନାହିଁ ଖେତ ଖଳା

ଘରଜୋଇଁ ରହି ସେଠି କେମିତି ଖଟିବୁ ଭଳା

ଉଠିବ କୋକେଇ ଯେଉଁ ଦିନ ବାପର

ମାଟି ମୁଠେ ଦେବା ପାଇଁ ଆସିବୁ ଘର

ରଖି ଶେଷ ଅଳି ମୋର

ନେଇ ପରମାୟୁ ମୋର

ପୁଅ, ଗଲା ଶାଶୁଘର

ବାପଘର ନୁହେଁ ନିଜ ଘର

ଶାଶୁଘର ତା'ର ସ୍ୱର୍ଗପୁର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract