STORYMIRROR

Prasanna Rana

Tragedy

3  

Prasanna Rana

Tragedy

ଯଶୋଧାରାର୍‌ ଛୁଆ ଭୁର୍‌ତା

ଯଶୋଧାରାର୍‌ ଛୁଆ ଭୁର୍‌ତା

1 min
159

ନାଇଁ କାନ୍ଦ ମୋର ରାହୁଲ ସୁନାରେ

ନାଇଁ କାନ୍ଦ ନାଇଁ କାନ୍ଦ

ତୋର୍‌ ବୁଆ ଯାଇଛନ୍‌ ଯୋଗ୍‌-ଧିଆନ୍‌ ସାଧି

ତୋର୍‌ ମାଆଁର୍‌ ହଜିଛେ ନିଦ।


ଇହାଦେ କାନ୍ଦେଲେଁ କାଏଁଟା ହେବାରେ

ତୋର୍‌ ବୁଆ ବସିଛନ୍‌ ଝାରେଁ

ଅହିରୁଦନ୍‌ ହେଇ କାନ୍ଦି କାନ୍ଦି ଖାଲି 

ମାଆଁକେ କନ୍ଦାବୁ ଘରେଁ।


ହେକେଇ ହେକେଇ କାନ୍ଦିଥିତୁ ଯଦି

ତୋର୍‌ ବୁଆ ମୁର୍ଛିଲା କାଲେଁ

ପଥର୍‌ ହୁରୁଦ୍‌ ଭାଏଲ୍‌ ପିଘିଲି ଥିତାରେ

ତୋର୍‌ ଗୁଲ୍‌ଗୁଲା କାନ୍ଦିର୍‌ ବଲେଁ।


ମୋର୍‌ ଭାଗର୍‌ କନ୍ଦନା କାନ୍ଦିମି ଧନରେ

ଜୀଇଁ ଥିମି ଯେତେ ଦିନ

ତୋର୍‌ ଭାଗର୍‌ କନ୍ଦନା କାନ୍ଦିନେମି ମୁଇଁ

ଅସଁଖା ରହେବୁ ଧନ।


ବାପର୍‌ ଲାଗିଁ ତୁଇଁ ବନ୍ଧନ ହେଲୁରେ

ବନ୍ଧନ ସେ ଦେଲେ କାଟି

ମତେ ବାନ୍ଧିନେଲେ ବିହାର‌ ବନ୍ଧ‌ନେ

ଜୀବନ୍‌ ଭଏର୍‌ ହେମି ଘାଁଟି।


ତୋର୍‌ ବୁଆ କରୁଛନ୍‌ ବୌଦ୍ଧ ଧର୍ମ ପ୍ରଚାର୍‌

ମାଁ'ର୍‌ଠାନୁଁ ପୁଓ ଛଡ଼େଇ

କେତେ ମାଆଁର୍‌ ଆଖିଁ କନ୍ଦନା ଭରୁଛନ୍‌

କେତେ ମାଁ'ର୍‌ ବଁଅଶ୍‌ ବୁଡ଼େଇ।


ପର୍ହର୍‌ ଆଖିଁ ଲହ ଦେଇ ଯେନ୍‌ ଧରମ୍‌

ସବୁକୁତି ଅଛେ ଖେପି

ମୋର୍‌ ଆଖିର୍‌ ଲହର୍‌ କନ୍ଦନା ପଡ଼ୁରେ

ହେ ଧରମ୍‌ ଯଉ ଖପି।


                       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy