STORYMIRROR

Prasanna Rana

Abstract

3  

Prasanna Rana

Abstract

ମୋର୍‌ ଗାଁ

ମୋର୍‌ ଗାଁ

2 mins
20

କୁକୁରା ଗଞ୍ଜା ଡାକେଲେଁ ଯେନ ନିଦ୍‌ ଯାଏସି ଭାଙ୍ଗି,

ଭୁଦୋ ଦଶରା ଆଏଲେଁ ଯେନ ଅଢ଼ିଆ ଯାଏସି ଖଙ୍ଗି।

ପହପହନୁଁ ଭୁଆସେନ୍‌ ଯେନ ଉଠିକରିଁ ଦେସି ଛେରା,

ତୁଲିଆ ତଲୁଁ ଦେଖେଲେଁ ଯେନ ଦିଶୁଥିସି ଜନ୍‌ ତରା।

ଢେକୁନ୍‌ ଚାବେଲେଁ ଖଟ୍‌କେ ଯେନ ପିଟି ନେସନ୍‌ ଦୁଇ ଗେଁଡ଼ା,

ରାନ୍‌ହି ମାହେଜି ଖାଏସି ଯେନ ଚାଟି ଚାଟି ନୁନ୍‌ ଗୁଢ଼ା।

ଗୁରସ୍‌ ଦୁହିଲେଁ ଗାଏକେ ଯେନ ସୁଆଁଲି ନେସନ୍‌ ଗେଲେଁ,

ଜଲି ନି ପାରେ ଚୁଏଲ୍‌ ଯେନ କାହାର୍‌ ଘରେଁ କିଏ ମଲେଁ।

ଚୁର୍‌ନି ଗାଏ ଢୁକ୍‌‌ସି ଯେନ ବତା ଚିରିକରିଁ ବାଏର୍‌,

ଜମି ଟିକେ ଟିକେ ଚପିଲ୍‌ସନ୍‌ ଯେନ ଛାଁଚି ଛାଁଚି କରି ଆଏର୍‌।

ରସେଇ ନେସି ମନ୍‌କେ ଯେନ ଚଷାର୍‌ ହଲିଆ ଗୀତ୍‌,

ଅଁତରା ଜାଲି ତାପ୍‌ସନ୍‌ ଯେନ ଯେନ୍‌ତା ଆଏବା ଶୀତ୍‌।

ମୁର୍‌ରି ଗାଏ ପଲାସି ଯେନ ବୁଚୁଡ଼େଇ କରି ଦୁଆଁ,

ଉଡ଼୍‌ହ୍ନା ଦେଇ ଚାଲ୍‌ସନ୍‌ ଯେନ ଭୁଆସେନ୍‌ ନୂଆଁ ନୂଆଁ।

ଧୁକାପାଏନ୍‌ ଆଏଲେଁ ଯେନ ଛାନି ଢାପ୍‌ସନ୍‌ ଜରି,

ଖୁର୍‌ କଲେଁ ଭି ଉଠ୍‌ସନ୍‌ ଯେନ ଦେଖ୍‌ସନ୍‌ ଲାଇଟ୍‌ ମାରି।

କୁଆଁରୀ ଟୁକେଲ୍‌ ଡୁପ୍‌କେ ଯେନ ଇ ଘାଟୁଁ ସେ ଘାଟ୍‌,

ଶହେ ଟଁକାଥିଁ କର୍‌ସନ୍‌ ଯେନ ହଜାରେ ଟଁକାର୍‌ ହାଟ୍‌।

ଶଁଖ୍‌ ବାଜେଲେଁ ଗୁଡ଼ିଥିଁ ଯେନ ଜୁଡ଼ି ହେସି ଦୁଇ ହାତ୍‌,

ଭୁର୍‌ତାବାର୍‌କେ ଛୁଆକେ ଯେନ ଦିଆହେସି ଦୁଇ ଲାତ୍‌।

ଘଏତା ମର୍‌ଲେଁ ମାହେଜି ଯେନ ରଜା ହୋ ବଲିଁ କାନ୍ଦେ,

ଦଦାର୍‌ ଅଲ୍‌ଗାଲା ପେଁଟ୍‌କେ ଯେନ ଉସତେଁ ଭାଏ ପିନ୍ଧେ।

ଅଏର୍‌ସା, ସୁଁଆଲିର୍‌ ମହକେଁ ଯେନ ତିହାର୍‌ ହେସି ବାରମାସି,

ମାଗୁର୍‌ ମେଛାକେ ଦେଖେଲେଁ ଯେନ ଯୁଡ଼ାବେନି ଦେସି ହସି।

ମଦର୍‌ ମନ୍ତରେଁ ଭାତ୍‌ହାଣି ଯେନ ମାରୁଥିସି ମାକର୍‌ଚିତି,

ଗଙ୍ଗୋ ଚି.. ପାଡ଼ୋ ଚି.. ଗୀତ୍‌ ଶୁନି ଯେନ ଶୁଇ ପଡ଼ୁଥିସି ନାତି।

ଦଶ୍‌ ପଏସିଆ କନ୍‌ତର୍‌ ଯେନ ଧରିନେସି ଚାଷୀର୍‌ ଢେଟୁ,

ଚକ୍ରଧର ଚକ୍ରଧର ବଲିଁ ଯେନ ପାଠ୍‌ ପଢ଼ୁଥିସି ମିଟୁ।

ଇ ଘରର୍‌ ତୁନ୍‌ ସେ ଘର୍‌କେ ଯେନ ସହଜେଁ ପାର୍‌ସି ଡେଗି,

ଗୁଟେ ଭାଙ୍ଗ୍‌ଡୁବିର୍‌ ଭାଙ୍ଗ୍‌କେ ଯେନ ଖାଏସନ୍‌ ସଭେ ମାଗି।

ବିପଦେଁ ଆପଦେଁ ପଡ଼୍‌ଲେଁ ଯେନ ନେଇଁ ଲାଗେ ଡକାହକା,

ଆଗିଆଁ, ଆପଣ୍‌ ନେଇଁ ଚଲେ ଯେନ କିଏ ବବା, କିଏ କକା।

ଉଚ୍‌କି ଉଲେଇ କିଏ ହେଲେଁ ଯେନ କରିଦେସନ୍‌ ପାଟ୍‌ପୁଟ୍‌,

ଦେଶ୍‌ ଯାକର୍‌ ଖବର୍‌ ବନ୍ଧ୍‌ଘାଟେଁ ଯେନ ଜାନିହେସି ଗୁଟ୍‌ ଗୁଟ୍‌।

ମାଏଟ୍‌ କାଁଥିକେ ଛୁଇ ଟିକେ ଯେନ ମହକାସି ମହମହ,

କାହାଲି ଢୁକେ ବନ୍ଧୁକେ ଯେନ କରିଦେସି ଗହଗହ।

ଲାଲି ଚାହା ମୁର୍‌ହି ଜଲ୍‌ଖିଆ ଯେନ କିଏ ଦେବା ତାର୍‌ ଜୋଲ୍‌,

ହଲ୍‌ଦୀ ଗୁଁଡ଼ାର୍‌ ନିଉତା ଯେନ ସମ୍‌କୁଁ କର୍‌ସି ଠୋଲ୍‌।

ଜନମ୍‌ ଯେନ କରମ୍‌ ଯେନ, ଯେନ କର୍‌ମି ଆଁ,

ଦୁଖର୍‌ ନିଦାନ୍‌ ସୁଖର୍‌ ଖୁଦାନ୍‌ ସେ ଆଏ ମୋର୍‌ ଗାଁ।

                                 



Rate this content
Log in

Similar oriya poem from Abstract