ଜଏ କୋଶଲ୍ ଜଏ କୋଶଲ୍
ଜଏ କୋଶଲ୍ ଜଏ କୋଶଲ୍
ଜଏ କୋଶଲ୍ ଜଏ କୋଶଲ୍ ବଲିଁ
ଯାଉ ମୋର୍ ଜୀବନ ଗୋ
ଅସଲ୍ ମାଆଁ କୋଶଲ୍ ମାଆଁ ପାଦେଁ ଶରନ,
ମାଟିକେ ତୋର୍ କରିଅଛେଁ ତିଲକ ଚନ୍ଦନ ଗୋ
ଅସଲ୍ ମାଆଁ କୋଶଲ୍ ମାଆଁ ପାଦେଁ ଶରନ ।
ଖେତ୍ ଖଲିଆ ନଏଦ୍ ନଲିଆ ଡଙ୍ଗର ଝରନ
ଗୋ ମାଁ' ଡଙ୍ଗର ଝରନ,
ଝାର୍ପତରା ସୁଖ୍-ପସରା ଭରିଛେ ଭରନ
ଗୋ ମାଁ' ଭରିଛେ ଭରନ,
କେତେ ଭାବେଁ ଥାବେଁଥାବେଁ ରଖିଛୁ ରତନ ଗୋ
ଅସଲ୍ ମାଆଁ କୋଶଲ୍ ମାଆଁ ପାଦେଁ ଶରନ।
ଭାବି ଭାବି କେତେ କବି ଗାଏଲେ ତୋର୍ ଗୁନ
ଗୋ ମାଁ' ଗାଏଲେ ତୋର୍ ଗୁନ,
ଗଙ୍ଗାଧର ଖଗେଶ୍ୱର ରଖ୍ଲେ ତୋର ମାନ
ଗୋ ମାଁ' ରଖ୍ଲେ ତୋର ମାନ,
ହଲଧର କଲମ୍ ଗାର କରିଛେ ମହାନ ଗୋ
ଅସଲ୍ ମାଆଁ କୋଶଲ୍ ମାଆଁ ପ
ାଦେଁ ଶରନ।
କୋଶଲ୍ କୁଲେଁ ଜନମ୍
ହେଲେ କେତେକେତେ ବୀର
ଗୋ ମାଁ' କେତେକେତେ ବୀର,
ମାଧୋ, ହଟେ, କୁଞ୍ଜଲ୍, ଫତେ, ବୀର ସୁରେନ୍ଦର
ଗୋ ମାଁ' ବୀର ସୁରେନ୍ଦର,
ହସିହସି ଚୁମି ଫାଶି ଦେଲେ କେଁ ଜୀବନ ଗୋ
ଅସଲ୍ ମାଆଁ କୋଶଲ୍ ମାଆଁ ପାଦେଁ ଶରନ।
କେଡ଼େ ସୁନ୍ଦର୍ ହରିଶଁକର୍ ସାଙ୍ଗେଁ ଗନ୍ଧଗିରି
ଗୋ ମାଁ' ସାଙ୍ଗେଁ ଗନ୍ଧଗିରି,
ଉଭା ହେଇ ସମଲେଇ କରୁଣା ତାର୍ ଝାରି
ଗୋ ମାଁ' କରୁଣା ତାର୍ ଝାରି,
ସବୁକୁତି ରଙ୍ଗବତୀର୍ ବାସେ ମହକନ ଗୋ
ଅସଲ୍ ମାଆଁ କୋଶଲ୍ ମାଆଁ ପାଦେଁ ଶରନ।