STORYMIRROR

Prasanna Rana

Classics

3  

Prasanna Rana

Classics

ମାଁ ବାଗ୍‌ଦେବୀ

ମାଁ ବାଗ୍‌ଦେବୀ

1 min
16

କନ୍‌କନି ଶୀତ୍‌ ଉଭେଇ ଗଲା ଯେନ୍‌ତା ଆଏଲା ମାଘ୍‌,

ହୁର୍‌ହୁରି ଧୁକା ବହି ଆଏଲା ଫଟ୍‌କେଇ ନେଲା ପାଗ୍‌।

ମହମହ ବଉଲ୍‌ ମହକି ଆଏଲା ଆମ୍‌ଗଛେଁ ଝୁପାଝୁପା,

ମୁଡ଼ାମୁଡ଼ା କୁଚି ମହୁଲ୍‌ ଗଛେଁ ଆଏଲା ଖୁପାଖୁପା।

ଗହଗହ ମନେଁ କୁଇଲି ରାନୀ ଗୀତ୍‌ ଗାଏଲା ଝାରେଁ,

ପହପହନୁଁ ଚଏତୁ ଭୁଏ ଗାଏଲା ମଧୁର୍‌ ସୁରେଁ।

ବଗ୍‌ବଗାନୁଁ ପଲ୍‌ସା ଫୁଲ୍‌ ଫୁଟୁଲା ଉସତ୍‌ ହେଇ,

ଫଦ୍‌ଫଦାନୁଁ ପଡ଼୍‌ଲେ ହଁସ୍‌ କୁର୍‌ନି ବନ୍ଧେଁ ଯାଇ।

ତର୍‌ତର୍‌ ହେଇ ଧର୍‌ତୀ ରାନୀ ପିନ୍ଧିଁ ସାଗୁଆ ପାଟ୍‌,

ଶୁଭେଁଶୁଭେଁ ମାଆଁ ଆଏବେ ବଲିଁ ଦେଖୁଥିଲା କାଏଁ ବାଟ୍‌।

ବାଛିବାଛି କରିଁ ବସନ୍ତ ଋତୁ ଫୁଲ୍‌କେ ସଜେଇ ଗଛେଁ,

ଟାକିଟାକି କରିଁ ରହିଛେ ଦେଖ ଆଏବା ତୁମର୍‌ ପଛେଁ।

ଆସଆସ ମାଁ ବୀଣାପାଣି ଗୋ ମନ୍‌ ମନ୍ଦିରେଁ ବସ,

ପଟ୍‌ପଟ୍‌ କଁଚା ମୁରୁଖ୍‌ ମୁଇଁ ଗୋ ଅଜ୍ଞାନ୍‌ କର ନାଶ।

ଭରନ୍‌ ଭରନ୍‌ ନେଇଁ ମାଗେଁ ଗୋ ବିନ୍‌ତି କରୁଛେଁ ଶୁନ,

ପଦେ ପଦେ ବାହାରୁ ଥିବା ଗାଏମି ତୁମର୍‌‌ ଗୁନ।

ବଢ଼େ ବଢ଼େ ଜ୍ଞାନ୍‌ ଗୁହେର୍ କଥା ନେଇଁ ପାର୍‌ଲେଁ ବି କହି,

ମଧୁର୍‌ ମଧୁର୍‌ କଥା ଦୁଇପଦେଁ ସମ୍‌କୁଁ ପାର୍‌ମି ମୋହି।

               ମାଆଁ ଗୋ ତୁଇଁ ଦୟାମୟୀ,

ବଚନ୍‌ ଟିକାକ ମଧୁର୍‌ କର୍‌ବୁ ଗୋ କୁର୍‌ପା ଟିକେ ଦେଇ।

                                    

               



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics