ବଂଶୀ ଡାକେ ରାଧା ରାଧା
ବଂଶୀ ଡାକେ ରାଧା ରାଧା
ଯଶୋଦା ମାଆ ର ନୟନ ପିତୁଳା
ନନ୍ଦ ରାଜା ଗେହ୍ଲା ପୁଅ
ଗଢଣ ତାହାର ଡଉଲ ଡାଉଲ
ପୂର୍ଣ୍ଣଚନ୍ଦ୍ର ପରି ମୁହଁ I
ଗଉଡ ପିଲା ସେ କି ମନ୍ତ୍ର ଜାଣିଛି
ସଭିଏଁ ତାହାର ବଶ
ରାଧା ନାମେ ନିତି ବଇଁଶୀ ବଜାଏ
ମୁହେଁ ଥାଏ ଦିବ୍ୟ ହସ I
ଗୋପ ନରନାରୀ ତା ପ୍ରେମରେ ବନ୍ଧା
ସଭିଙ୍କର ପ୍ରିୟ ସିଏ
ସର ଲବଣୀରୁ ପେଟେ ଖାଇ ଦେଇ
ବଇଁଶୀ ବଜାଉ ଥାଏ I
ରାଧା ହେଉ ଅବା ମୀରା ହେଉ ସିଏ
ହୁଅନ୍ତୁ ବା ଗୋପ ନାରୀ
ସଭିଙ୍କ ମନରେ ବସା ବାନ୍ଧିଛି ସେ
ଲଗାଇ ତା' ପ୍ରେମ ଡୋରୀ I
ଯମୁନାର ଜଳ କୁଳୁ କୁଳୁ ସ୍ୱରେ
ତା'ପାଇଁକି ଗୀତ ଗାଏ
ତା'କୂଳରେ ବସି ଖୁସି ମନେ କାହ୍ନା
ବଇଁଶୀ ବଜାଉ ଥାଏ I
ସେ ବଇଁଶୀ ସ୍ୱରେ ଅଧିର ରାଧିକା
ପାଗଳୀ କାହ୍ନାର ପ୍ରେମେ
ଅମର ପ୍ରେମର ଅମର କାହାଣୀ
ଲେଖା ରାଧାକୃଷ୍ଣ ନାମେ I