STORYMIRROR

Bijay Prusty

Abstract

3  

Bijay Prusty

Abstract

ଜୟ ଶିବ ଶମ୍ଭୁ

ଜୟ ଶିବ ଶମ୍ଭୁ

1 min
234



ଜୟ ଶିବ ଶମ୍ଭୁ କରୁଣା ସାଗର

ଭବ ଦୁଃଖ ଶୋକ ହାରି

ତୁମେ ଦୟାକଲେ ମୁକ କୁହେ କଥା

ପଙ୍ଗୁ ଲଙ୍ଘିପାରେ ଗିରି I


ଜୟ ଉମାପତି ଅଗତିର ଗତି

ଭୋଳାନାଥ ସଦାଶିବ

ତୁମ ଦୟା ଯାହା ଉପରେ ରହିବ

ତାକୁ କିଏ ଦୁଃଖ ଦେବ ?


ସାରା ଶରୀରରେ ବିଭୁତିକୁ ଲେପି

ଶ୍ମଶାନରେ ବାସ କର

ଡମ୍ବରୁ ବଜାଇ ଉଦଣ୍ଡ ନାଚିଲେ

ବିଶ୍ୱ ହୁଏ ଥରହର I


କଇଳାଶେ ଯେବେ ଧ୍ୟାନମଗ୍ନ ହୁଅ

ପାଖ ମାଡନ୍ତିନି କେହି

କୋପେ ଆଖିଖୋଲି ଚାହିଁଦେଲେ ତୁମେ

ପୃଥ୍ୱୀ ଡାକେ ତ୍ରାହି ତ୍ରାହି I


ତୁମେ ସତ୍ୟ ତୁମେ ସୁନ୍ଦର ହେ ପ୍ରଭୁ

ତୁମେ ଗତି ତୁମେ ମୁକ୍ତି

ତୁମ ଦୟା ଟିକେ ପାଇଯାଏ ଯିଏ

ମିଳିଯାଏ ତାକୁ ଶକ୍ତି I


ଅନାଥର ନାଥ ଆହେ ସୋମନାଥ

ତୁମେ ହରି ତୁମେ ହର

ତପେହେଉ ଅବା କୋପେହେଉ ପ୍ରଭୁ

ମନୋବାଞ୍ଛା ପୂର୍ଣ୍ଣ କର I

    


Rate this content
Log in

Similar oriya poem from Abstract