STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

କବି

କବି

1 min
268


ବୋଧହୁଏ ହାତଗଣତି ପାଠକ ମୋର

ମୁଁ କିନ୍ତୁ କବି ବୋଲି କେବେ ଭାବିନାହିଁ

କବିଟିଏ ହେବା ପାଇଁ କେତେ ସାଧନା

କେତେ ଗୁଣର ଲୋଡ଼ା ବୋଧେ ନାହିଁ ମୋର

ନା ଅଛି ଶବ୍ଦରେ ବ୍ୟାକରଣଗତ ଶୁଦ୍ଧତା

ଅବା ପାଠକୁ ବାନ୍ଧିବାର ଭାଷାଗତ କଳା 

ଏ ଜନ୍ମରେ ନ ହେଲେ ନାହିଁ ପରଜନ୍ମେ

ବର୍ଷବର୍ଷ ଯିବ ବିତି ଚେଷ୍ଟା ରହିବ ଅବିରତି

ମନରେ ଆସୁଥିବା ଭାବନା ଲେଖିଦିଏ

ପଢିବାକୁ ଅଛି ଅନେକ କାବ୍ୟ ରଚନା

ଜାଣିବାକୁ ଅଛି ସାହିତ୍ୟର ବିନ୍ଦୁ ବିସର୍ଗକୁ

ସବୁ ଭାବନାକୁ ପାରୁନି ଶବ୍ଦ ଦେଇ କଲମେ

ଡହଳ ବିକଳ ହୁଏ ଭଲ ଲେଖାଟିଏ ଦେଖି

ମୁଁ କ'ଣ ଲେଖିପାରିବି ଏତେ ଚମତ୍କାର କବିତା..! 

ଫୁଟେଇ ପାରିବି କି କାଗଜେ ସୁବାସିତ ଫୁଲ..! 

ନା ପାରେନି ପାରିବିନି ପାରିବାକୁ ଲୋଡ଼ା ଜ୍ଞାନ

ସେ ଜ୍ଞାନ ପଠନର ବନ୍ଧନର ସାହିତ୍ୟ ସହ 

ହାରିଯାଏ ପଢିବାକୁ ନ ପଢି କି ଲେଖକ କିଏ ଏଠି

ପଢିବାର ଅଦମ୍ୟ ଇଛା ମନ ଆଗ୍ରହ ଦିଅ 

ହେ ବୀଣାପାଣି ଛିଞ୍ଚି ଦିଅ ଟିକେ ଆଶିଷର ବିନ୍ଦୁ

ଆଶାର ଜୀବନ ଆଶାରେ ନମରୁ 

ଶକ୍ତି ଦିଅ ଚାଲିବାର କଣ୍ଟକିତ ପଥେ

ସବୁ ଲୁହକୁ ରକ୍ତ କୁ ସହିବାର ସାହସ ଦିଅ

ବଞ୍ଚିବାର ବାଟ ଦେଖାଅ ମୋତେ ଭାବ ଦିଅ

ଶବ୍ଦଦିଅ ଭାଷା ଦିଅ ହେ ମା' ଲେଖିବି ଜୀବନକୁ

ଲୁହକୁ ଫୁଲକୁ ରକ୍ତର କଣ୍ଟାକୁ ପଢିବାକୁ ଇଛା ଦିଅ 

କବି କି ଲେଖକ ଲକ୍ଷ୍ଯ ନୁହେଁ ମୋର ଲକ୍ଷ୍ଯ

କେବଳ ପଢନ୍ତୁ ଭାବନା ମୋର କିଛି ମନ 

ଧନରେ କି ଜୀବନ ଏ ମଣିଷର ସଂସାରେ

ମରିଯିବା ପରେ ଟିକେ ବଞ୍ଚିବାର ଇଚ୍ଛା 

ଭାବନାର ଫୁଲକୁ ଶବ୍ଦେ ବାଣ୍ଟି ବାର ଆଗ୍ରହ

ଶ୍ରଦ୍ଧା ଦିଅ ସାହିତ୍ୟ ସମୁଦ୍ରେ କରିବି ମୁଁ ସ୍ନାନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract