STORYMIRROR

Sukadev Mahanta

Abstract

3  

Sukadev Mahanta

Abstract

ରାଜା ସିଏ ରାଜା

ରାଜା ସିଏ ରାଜା

1 min
177

ରାଜା ସିଏ ରାଜା  ରାଜା ସିଏ ରାଜା

ସର୍ବମୟକର୍ତ୍ତା ରୂପେ ପାଳନ୍ତି ପରଜା ||

ତାଙ୍କ ଅନୁମତିି ବିନା ହୁଏନାହିଁ କିଛି

ବୃକ୍ଷେ ପତ୍ର ହଲେ ନାହିଁ ଉଡେନାହିଁ ମାଛି ||

ଚାଲେ ନାହିଁ ଗୁଣ୍ଡାଗିରି ଚାଲେନି ଧର୍ଷଣ

ତୁରିତ ବିଚାର ହୋଇ ଦଣ୍ଡ ମିଳେ ଜାଣ ||

ଆଜିପରି ବିଚାରରେ ଅହେତୁକ ଡେରି

ରାଜତନ୍ତ୍ରେ କେବେ କେହି ଯାଏନାହିଁ ତରି ||

କଠୋର ଦଣ୍ଡ ବ୍ୟବସ୍ଥା କରନ୍ତି  ରାଜନ

ସୁଶାସକ ରୂପେ ପ୍ରଜା କରନ୍ତି ପାଳନ ||

ବିକାଶର ଯୋଗ୍ୟ ଅର୍ଥ ହୁଏନି ହଡପ

ହଡପ କଲେ ମିଳେ କାରାଗୃହ ତଡପ ||

ରାଜା ଯେବେ ହୋଇଥାନ୍ତି ଦୁର୍ମତି ଦୂରାଚାରୀ

ସେ ରାଜ୍ୟରେ ପ୍ରଜାକୁଳ କଷ୍ଟ ଲଭେ ଭାରି ||

ଅନ୍ୟାୟ ଅନୀତି ସେଠି ସାଧାରଣ କଥା

ବିନା ଦୋଷେ ଗଡିଥାଏ ନୀରିହର ମଥା ||

ରାଜକୋଷ  ଅର୍ଥ ବ୍ୟୟ  ବିଳାସ ବ୍ୟସନେ

ପ୍ରଜାର କଷଣ ସେଠି  ଅତ୍ୟାଚାର ଶୋଷଣେ ||

ପରଜା ବତ୍ସଳ  ରାଜା ରାଜ୍ୟର ବିକାଶେ

ମନ ପ୍ରାଣ ଦିଏ ରାଜ୍ୟ ବିକାଶ  ସକାଶେ  ||

ଦୁର୍ମତି ରାଜା  ସାଜଇ ପରଜା ପୀଡକ

ନିରୀହ ପରଜା ମୁଣ୍ଡେ  ଅକାଳ ଚଡକ ||



Rate this content
Log in

Similar oriya poem from Abstract