ଶ୍ରୀଜଗନ୍ନାଥ
ଶ୍ରୀଜଗନ୍ନାଥ
ପବିତ୍ର ଦିନରେ କିଛି ଲେଖୁଛି
ପ୍ରଥମରୁ ତୋତେ କ୍ଷମା ମାଗୁଛି ।
ତୋତେ ଲେଖିବାର ଧ୍ରୁଷ୍ଠତା କରୁଛି
ହୀନ ତୋ' ଆଗରେ ମୁଁ ଜାଣିଛି ।
ତୋହର ଆଜିରେ ଗୁଣ୍ଡିଚା ଯାତ
ଅପେକ୍ଷାରେ ତୋର କେତେ ଭକତ ।
ଆହାକି ଶୋଭାରେ ତୋ' ବଡ଼ଦାଣ୍ଡ
ଲକ୍ଷ ଲକ୍ଷ ଭକ୍ତ ହୁଅନ୍ତି ରୁଣ୍ଡ ।
ଉଦ୍ଧାରକର ହେ ଶ୍ରେଷ୍ଠ ଦେବତା
ସାରା ଧରଣୀରତୁ ରକ୍ଷାକର୍ତ୍ତା ।
ଘଣ୍ଟ ବାଇଦରେ କମ୍ପେ ଶ୍ରୀକ୍ଷେତ୍ର
ନୀଳଚକ୍ରେ ଉଡ଼େ ଫରଫର ନେତ ।
ସେବକଙ୍କ ଆଜି ଉତ୍ସାହ ଦେଖ
ଶକତି ପାଆନ୍ତି ଦେଖି ତୋ' ମୁଖ ।
ଭାଇଭଉଣୀଙ୍କ ସେନେହ ଦେଖି
ସାରା ସଂସାରର ଲାଖୁଛି ଆଖି ।
ପହଣ୍ଡି ତୁମର କେତେ ମନୋରମ
ପାପପୂଣ୍ୟ ସବୁ ଆଜି ତୋ' ଲାଗି ସମ ।
ଏତିକି ମାଗୁଣି କରେ ଏ ଅଧମ
ସାରା ବିଶ୍ୱ ହେଉ ପରିବାର ସମ ।
ଓଡିଶା ମୋର ଆଗେଇ ଯାଉ
ମୋ' ଓଡିଆ ଭାଷା ଶୀର୍ଷକୁ ଯାଉ ।
ମଣିଷ ପଣିଆ ରହିଥାଉ ବଞ୍ଚି
ତୁମରି ଆଶୀଷ ପ୍ରଭୁ ଦିଅହେ ବିଞ୍ଚି ।
ପୂଣ୍ୟର ଅଭାବେ ପାପ ଗ୍ରାସିଛି
ପୂଣ୍ୟବାନ ପାଇଁ ପାପୀ ବଞ୍ଚିଛି ।
ନୀତି ଦିନ ଏଠି କଳଙ୍କ ଲାଗେ
ତଥାପି ତୋର ସେ ଦର୍ଶନ ମାଗେ ।
ଜଗତ ଗୋସାଇଁ ଅଟୁରେ ତୁହି
ତୋ' ପାଶେ ପାପୀ-ତପୀ ଭିନ୍ନତା ନାହିଁ ।
କରମ ଫଳ ଯେ' ଯାର ଭୋଗିବ
ଏ ହାତର ଫଳ ସେ ହାତ କି ନେବ ।
ଡେରିରେ ଶୁଣୁ ବୋଲି କୁହନ୍ତି ଜନ
ମନୁଆ ଠାକୁର ତୁ ବୁଝୁ ରେ ମନ ।
ଆଜିର ଦିନରେ ଦେଉଛି ଶୁଭେଚ୍ଛା
ପୂରଣ କରହେ ପ୍ରଭୁ ସଭିଙ୍କ ଇଚ୍ଛା ।
