STORYMIRROR

Debabrata Mishra

Abstract Inspirational Others

3  

Debabrata Mishra

Abstract Inspirational Others

ଅସ୍ତ୍ରଧାରୀ

ଅସ୍ତ୍ରଧାରୀ

1 min
175


ହେ ସୁଦର୍ଶନ ଅସ୍ତ୍ରଧାରୀ........ 


ପଦାର୍ପଣ କର ଏହି ପାପ କ୍ଷେତ୍ରରେ 

ପୂଣ୍ୟ ଭୂମି ଆଜି ପାପର ରଙ୍ଗରେ କଳୁଷିତ

ଅର୍ଜୁନହୀନ ଏ କୁଣ୍ଠିତ ସମାଜେ ସବୁ ସୁପ୍ତ

ନକଲି ଭୀମଗଣ କେବଳ ରୂପରଙ୍ଗେ

କେମିତି ଦୁର୍ଯ୍ୟୋଧନ ହିଁ ସାଜିଛି ବୀରତ୍ୱର ସ୍ୱରୂପ

ଏହି ଅହଙ୍କାରୀ ପାପୀର ପ୍ରରୋଚନାରେ ଚାଲନ୍ତି ଅମଣିଷ

ଭୀରୁସୈନ୍ୟ ପଶ୍ଚାତରେ ଥାଏ ଶଙ୍କୁନିର କୁଟୀଳତା

ଦୁଃଶାସନର ଲୋଲୁପ ନଜରେ ଘଟିତ କେତେ କୁକାର୍ଯ୍ୟ

ବିନାଶ କର ପ୍ରଭୁ ପାପ ଅନ୍ୟାୟ ବିନାଶ କର... (୧) 


ହେ ସୁଦର୍ଶନ ଅସ୍ତ୍ରଧାରୀ.......... 


ତୁମ୍ଭେ ଅସ୍ତ୍ର ଉଠାଅ ପ୍ରଭୁ ପୁଣିଥରେ ହେଉ ଯୁଦ୍ଧ

ଆଉ ଏକ ଧର୍ମଯୁଦ୍ଧ ଏ ଆଧୁନିକ ଭାରତରେ

ଭୀଷ୍ମ ପିତାମହ ପରି ଅନେକ ମହାମହା ଜ୍ଞାନୀ ଆଜି 

ମୋହ ଲୋଭ କ୍ଷମତା ଓ ସ୍ୱାର୍ଥେ ସଙ୍କୁଚିତ ସବୁ ଅଚେତ

ଥରେ ନୁହଁ ବାରବାର ଜାଜ୍ଞସେନୀର ବସ୍ତ୍ରହରଣ

ଜଣେ ନୁହଁ ଶହଶହ ଦେହର ରାକ୍ଷସ ଓ ବେପାରୀ

ଶିଶୁକନ୍ୟାଟିଏ ଆଜି କାନ୍ଦୁଛି ମଲାପରେ ମଧ୍ଯ

ହିଂସ୍ର ପାଗଳ କୁକୁର ପରି ଆଜି ଦ୍ୱିପାଦ ପଶୁ 

ଖିନଭିନ୍ କରି ରକ୍ତ ମାଂସର ଛିଟା ଲାଗେ ଏ ସମାଜ କାନ୍ଥେ

ଆସ ହେ ସୁଦର୍ଶନଧାରୀ ଅସ୍ତ୍ରର ଇଏ ହିଁ ତ ସମୟ

ପ୍ରକୃତ ଓ ପ୍ରକୃଷ୍ଟ କାଳ ଧର୍ମର ସ୍ଥାପନ କର...... (୨) 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract