ସହଯୋଗ
ସହଯୋଗ
ବିଶ୍ଵାସର ବନ୍ଧୁ ଭାଗ୍ୟାକାଶେ ଇନ୍ଦୁ
ଆନନ୍ଦରେ ଯାଏ ଦିନ
ମନର ସାଥୀକୁ ଜୀବନେ ଲଭିଲେ
ପ୍ରଫୁଲ୍ଲିତ ସଦା ମନ ।
କ୍ଷୁଦ୍ର ବୃହତ୍ତର ଭାବନା ରଖେନା
କରି ଯାଏ ସହାୟତା
ପ୍ରକୃତି କୋଳରେ ସଭିଏଁ ସମାନ
ମଧୁର ସମ୍ପର୍କେ ସତ୍ତା ।
ସ୍ନେହ ପ୍ରେମ ପ୍ରୀତି ରଖିବ ସାଇତି
ସୁଖେ ଦିଅ ନାହିଁ ଢାଳି
ବିପଦ ପଡିଲେ ବନ୍ଧୁଙ୍କୁ ଚିହ୍ନବ
ତା ହସ୍ତରେ ଦେବି ତୋଳି ।
ତୃଷାର୍ତ୍ତକୁ ଜଳେ ଭିକ୍ଷୁକର ଥାଳେ
ସ୍ବଇଛାରେ କର ଦାନ
ପଣ୍ଡିତ ହସ୍ତରୁ ବିଦ୍ୟା ଅରଜନ
ପ୍ରିୟଜନେ ଦିଅ ମନ ।
ମନର କଥାକୁ କହିବ ଯାହାକୁ
ପରଖି ଦେଖିବ ଥରେ
ନଚେତ୍ ନାଗରା ଦାଣ୍ଡରେ ବାଜିବ
ଜୀବନ ଆଉ କି ସରେ ।