STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

ତାଲା ବନ୍ଦ

ତାଲା ବନ୍ଦ

1 min
186


ଶୂନଶାନ ସହର ଦୌଡ଼ହୀନ ନଗର ଧୂମହୀନ ସଡ଼କର ଛାତି

ଏ ବୈଶାଖର ତାତି, ବୁଲୁଛି ଦାନବ ଭୂତାଣୁ ଦିନ ଆଉ ରାତି

ସର୍ବଶ୍ରେଷ୍ଠ ମାନବ ଭୁଲିଯେତେ ବୈଭବ ଏବେ ବଞ୍ଚିବାର ଗତି, 


ଚେତାଇ ଦେଉଛି କାଳ ତୋର ଲୋଭ-ଈର୍ଷା ଭାବ ମାଳମାଳ

ବିଳାସର ବାସନାରେ କରୁ ସୁଖର ହଳ ଏବେ ଅହଂ ତୋର କାଳ

ଅନ୍ଧ ତୁହି ଅର୍ଥ ତୋର ଅନର୍ଥକ ତୋର ସବୁବଳ ଥାଇ ତୁ ଦୁର୍ବଳ, 


ଏ ଧରିତ୍ରୀର ଦୁଃଖ, ନଦୀ-ପର୍ବତ-ଲତା ଠାରୁ ତୁ ହେଲୁ ବିମୁଖ

ଦୟା-କ୍ଷମା-କରୁଣା ହୀନ ହୋଇ ନିଷ୍ଠୁର ହେଲୁ ପାଇବାକୁ ସୁଖ

ରେ ମାନବ ସମାଜ ପଶୁ-ପକ୍ଷୀ-ଜୀବଜନ୍ତୁଙ୍କୁ ଦେଲୁ ଦାରୁଣ ଦୁଃଖ, 


ତୁ ଏକା ନୁହେଁ ଧରଣୀ ସନ୍ତାନ ମା' ପାଖେ ଅଛି ଅନେକ ଉପାଦାନ

ଜଳ-ସ୍ଥଳ-ବନ-ଗିରି-ଆକାଶ ପ୍ରତିଦିନ ଲୋଡ଼ା ତୋ' ପ୍ରାଣରେ ପବନ

ପ୍ରାକୃତିକ ସ୍ନେହ-ଶ୍ରଦ୍ଧା ଭୁଲି କୁତ୍ରିମ ହୋଇ କରୁ ଅର୍ଥ ପଛେ ଧାବନ, 


ସୁଯୋଗ ପାଇଛୁ ରହି ଘରେ ଆତ୍ମସମୀକ୍ଷା କର ତୋ' ପାପପୂଣ୍ୟର

ସୁସ୍ଥ-ପବିତ୍ର ମନେ କର ବିଚାର ତୋ' ଭଲମନ୍ଦ କାର୍ଯ୍ୟ ଓ କର୍ତ୍ତବ୍ଯର

ହେ ନର ସୁଧାରି ନେ ନିଜକୁ ଅଥବା ଦେଖିବୁ ଏପରି ଭୁତାଣୁ ଆକାର, 


ପରିବାର, ଗାଁ, ଦେଶକୁ ପାଆ ଭଲ ଭୁଲିଯାଇ ଆଡ଼ମ୍ବର ହୁଅତୁ ସରଳ

ତୋ' ମନରୁ ହଟାଇଦେ ଗର୍ବର ଗରଳ ଉପଭୋଗ କରେ ପ୍ରତିସକାଳ

ଯନ୍ତ୍ରଜୀବନଠୁ ରହି ତୁ ଯେତେ ଦୂର ସେତେ ହେବ ଜୀବନ ଅନୁକୁଳ, 


ଏ ସମୟ ଦିଏ ତୋତେ ଶିକ୍ଷା ଦୀନଧନୀ ସବୁସମ ମିଳିମିଶି ଚଳ

ସେବା ଧନୀର ହେଉ କର୍ତ୍ତବ୍ଯ, ଗରୀବ କେତେଦିନ ଖାଇବ ପଖାଳ

ନିଜକୁ ବଞ୍ଚାଇ ପରିବେଶ କର ରକ୍ଷା ନ ହେଲେ ହେବୁ ଏମିତି ବିକଳ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract