ସୁପରମ୍ୟାନ
ସୁପରମ୍ୟାନ
ହୋଇଥାନ୍ତି ଯଦି ସୁପରମ୍ୟାନ ମୁଁ ପକ୍ଷୀ ପରି ଉଡୁଥାନ୍ତି
ମତ୍ସ୍ୟଟିଏ ପରି ଅଗାଧ ଜଳରେ ପହଁରି ମୁଁ ପାରୁଥାନ୍ତି ।
ସବୁଠାରେ ଥାନ୍ତା ଅବାଧ ପ୍ରବେଶ ଅଦୃଶ୍ଯ ରୂପରେ ଥାଇ
ସମସ୍ଯାରେ କେହି ପ୍ରାଣୀ ପଡିଥିଲେ ପହଞ୍ଚି ଯାଆନ୍ତି ତହିଁ।
ଅତ୍ୟାଚାରୀ ଯେତେ କଷଣ ଦିଅନ୍ତି ନିରପରାଧ ପରାଣୀ
ଅଦୃଶ୍ଯରେ ତାଙ୍କୁ ଚାବୁକ ମାରନ୍ତି ଭୁଲ ପାରନ୍ତେ ସେ ଜାଣି।
ଅପମିଶ୍ରଣକାରୀଙ୍କୁ ପିଟନ୍ତି ନିବୁଜ କୋଠରୀ ମଧ୍ଯେ
ପ୍ରତିଜ୍ଞା କରନ୍ତେ ଆଉ ନକରିବେ କୁକର୍ମ ଏପରି ବାଧ୍ଯେ।
ରାଜନେତା ଯେତେ ଜଳକା କରନ୍ତି ଜନତାଙ୍କୁ ମିଛ କହି
ଦାଢିରେ ତାଙ୍କର ଦିଆସିଲ ମାରି ନିଆଁ ଦିଅନ୍ତି ଲଗାଇ।
ନିର୍ବାଚନ ପ୍ରଚାରରେ ଗଲାବେଳେ ଦିଅନ୍ତି ଧରା ପକାଇ
ଗୁମର ତାଙ୍କର ଖୋଲି ଭୋଟରଙ୍କୁ ଦ୍ୟନ୍ତି ସଚେତନ କରାଇ।
ବିପଦ ଆପଦେ ଥିଲେ କେହି ପ୍ରାଣୀ ତୁରନ୍ତ ପହଞ୍ଚି ଯାଇ
ସେବା ଶୁଶ୍ରୂଷାର ବ୍ୟବସ୍ଥା କରନ୍ତି ନିଅନ୍ତି କାନ୍ଧେ ଉଠାଇ।
ଈଶ୍ବର ନିଜେତ ସୁପରମ୍ୟାନ ଜଣେ କାହିଁକି ଦେବେ କାହାକୁ
ଦୂରୁପଯୋଗ କେକଲେ କ୍ଷମତାର ପଡନ୍ତା ଫେରାଇବାକୁ।
