STORYMIRROR

Debabrata Mishra

Abstract Inspirational

3  

Debabrata Mishra

Abstract Inspirational

ନନା

ନନା

1 min
297

ପିତାଦିବସ_୨୧_ଜୁନ୍


ନନା...... 

ତୁମେ ଚାଲିଗଲନି ଯେ ସତେ ଭାଙ୍ଗିଗଲା ଦମ୍ଭ

ପରିବାରରେ ଥିଲ ତୁମେ ଏକ ଶକ୍ତିଶାଳୀ ସ୍ତମ୍ଭ, 

ଖସିଗଲା ମାଟି ପାଦତଳୁ ବଞ୍ଚିବାଟା ଅସମ୍ଭବ

ସମୟ ଆହ୍ୱାନେ ତଥାପି ଜୀବନ ଗାଡି଼ ଗଡ଼ିବ..... (୧) 


ନନା...... 

ଆଶଙ୍କା, ବାଧା, ଚିନ୍ତା ଦୁଃଖ ଆସଇ ଅନେକ

ତୁମେ ଥିଲେ ସବୁ ଲୁହ ଦୂର ଆଉ ସୁଖ ପାଖ,

ଶିଖାଇଛ ତୁମେ ଜୀବନର ମାନେ ତ ସଂଘର୍ଷ

ସେବା ସୁଯୋଗ ଦେଲନି ରହିଗଲା ଅବଶୋଷ..... (୨)


ନନା....... 

ଯେଉଁଠି ବି ଅଛ ଦେଖୁଥିବ ଜାଣୁଥିବ ମନକଥା

ଅନିଶ୍ଚିତତାରେ ଜୀବନଯାତ୍ରା ବୁଝିପାରିବ ବ୍ୟଥା,

ଚୂରମାର ସବୁ ଆଶା ଓ ସପନ ଯାହା ଦେଖିଥିଲ 

ଘଡ଼ିସନ୍ଧି ବେଳେ ଛାଡ଼ି ଆମକୁ କାହିଁ ଚାଲିଗଲ..?... (୩) 


ନନା....... 

ସଂସାରକୁ ସଜାଇଥାଆନ୍ତ କେତେ ଶ୍ରଦ୍ଧାର ରଙ୍ଗେ

ପରିବାର ଆମ ହସୁଥାଆନ୍ତା ତୁମ ଆଶିଷ ସଙ୍ଗେ, 

କପାଳ ଲିଖନ କର୍ମର ଫଳ ଦୁଃଖ କଷ୍ଟ ସବୁପାଇ

ବଞ୍ଚିବାଟା ପରା ମାନବ ଧର୍ମ ସମୟ ରଥ ଗଡ଼ଇ।...(୪) 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract