ସନ୍ଧ୍ୟା
ସନ୍ଧ୍ୟା
ପଶ୍ଚିମ ଗଗନେ ମନୋରମ ଦୃଶ୍ୟ
ବାହୁଡ଼ି ଯାଆନ୍ତି ତପନ
ଦୂର ଦିଗବଳୟ ସିନ୍ଦୁରା ମୟ
ମହାନୀୟ ହୁଏ ମନ l
ଗୋଠରୁ ଫେରନ୍ତା ଚାନ୍ଦ ଗୋମାତାର
ରଡ଼ିରେ କମ୍ପଇ ଗ୍ରାମ
ଧୂଳି ଖେଳେ ମାତି ଅଝଟ ଶିଶୁର
କଳି, ଗୋଳ ଅଭିମାନ l
ବିହଙ୍ଗ କାକଳି କହେ ସ୍ୱାୟଂ ହେଲା
ସ୍ୱାଗତ କର ନିଶି
ଶଙ୍ଖ, ଘଣ୍ଟ ନାଦେ କମ୍ପିତ ଧରା
ଚାଷୀର ଅପାର ଖୁସି l
ନୂଆ ବୋହୂ ପୂଜେ, ବୃନ୍ଦାବତୀଙ୍କୁ
ମୁଣ୍ଡରେ ଓଢଣା ସଖୀ
ଲକ୍ଷେ ଦିଅଙ୍କୁ ଗୁହାରି କରେ
 
; ହରି ଭାଇର ଶୁଭ ମନାସୀ l
ଦିବସ କ୍ଲାନ୍ତିକୁ ବଂଶୀ ନନା ବାଣ୍ଟେ
ମହାଦେବ ପ୍ରସାଦରେ
କିଛି କ୍ଷଣ ପାଇଁ ପାସୋରି ଦୁଃଖକୁ
ହଜି ଯାଏ ରଙ୍ଗୀନ ସ୍ବପ୍ନରେ l
ଧୀରେ ଧୀରେ ନିଶି ଗ୍ରାସେ ଧରାକୁ
ନିସ୍ତବ୍ଦତା ଆବରଇ
ଭାଗ୍ୟବାନ ଘରେ ଚୁଲି ଜଳେ ପୁଣି
କିଏ ବା ଓପାସେ ଶୁଅଇ l
କୀଟ, ପତଙ୍ଗ, ନିଶାଚର ମୁଖେ
ମେଲନ୍ତି ନିଜର ଆସର
ଚଳ ପ୍ରଚଳିତ ଧରା ହେଇ ଯାଏ
ସତେକି ନିରବ ନିଶ୍ଚଳ l